ମ୍ୟାଚ ଖେଳୁଥିବା ସମୟରେ ଟଳି ପଡ଼ିଲେ ଖେଳାଳି ଉଡ଼ିଗଲା ପ୍ରାଣବାୟୁ

Advertisment

ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ୍ କ୍ରିକେଟ୍ ମ୍ୟାଚ୍ ସମୟରେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।  ଜୁନୈଦ ପାକିସ୍ତାନର ବାସିନ୍ଦା । ସେ ଚାକିରି ସନ୍ଧାନରେ ୨୦୧୩ରେ ଅଷ୍ଟ୍ରେଲିଆର ଆଡିଲେଡ୍ ଆସି ବସବାସ କରୁଛନ୍ତି।

gdf

ନୂଆଦିଲ୍ଲୀ: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ୍ କ୍ରିକେଟ୍ ମ୍ୟାଚ୍ ସମୟରେ ଦୁଃଖଦ ଘଟଣା ଘଟିଛି। ଅତ୍ୟଧିକ ଗରମ ଯୋଗୁଁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। 

ପ୍ରକାଶିତ ରିପୋର୍ଟ ମୁତାବକ, କାନକାର୍ଡିୟା କଲେଜରେ ପ୍ରବଳ ଗରମ ଓ ଖରା ସତ୍ତ୍ବ ମ୍ୟାଚ୍ ଖେଳାଯାଉଥିଲା। ଜୁନୈଦ ଜାଫର ଓଲ୍ଡ କାନକାର୍ଡିୟାନ୍ସ ପାଇଁ ଖେଳୁଥିଲେ। 

ପାଣିପାଗ ରିପୋର୍ଟ ଅନୁଯାୟୀ, ପ୍ରିନ୍ସ ଆଲଫ୍ରେଡ ଓଲ୍ଡ କଲେଜିଆନ୍ସ ବିପକ୍ଷରେ ଏହି ମ୍ୟାଚ୍ ସମୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା। ୪୦ ବର୍ଷୀୟ ଜୁନୈଦ ଜାଫର ଅପରାହ୍ନ ପ୍ରାୟ ୪ଟା ବେଳେ ବ୍ୟାଟିଂ କରୁଥିବା ସମୟରେ ହଠାତ୍ ପିଚ୍‌ରେ ଅଚେତ ହୋଇ ପଡ଼ିଯାଇଥିଲେ।

ସେ ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିବାପରେ, ଅନ୍ୟ ଖେଳାଳି ଏବଂ କର୍ମଚାରୀମାନେ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରୀ ଦଳ ତାଙ୍କୁ ସିପିଆର ଦେଇଥିଲେ କିନ୍ତୁ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଜୁନୈଦ ପାକିସ୍ତାନର ବାସିନ୍ଦା । ସେ ଚାକିରି ସନ୍ଧାନରେ ୨୦୧୩ରେ ଅଷ୍ଟ୍ରେଲିଆର ଆଡିଲେଡ୍ ଆସି ବସବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe