ପାକିସ୍ତାନୀ ଲୋକେ ପସ୍ତଉଛନ୍ତି, ଭାବୁଛନ୍ତି ଦେଶ ବିଭାଜନ କରି ଭୁଲ ହୋଇଗଲା : ମୋହନ ଭାଗବତ

Advertisment
ପାକିସ୍ତାନୀ ଲୋକେ ପସ୍ତଉଛନ୍ତି, ଭାବୁଛନ୍ତି ଦେଶ ବିଭାଜନ କରି ଭୁଲ ହୋଇଗଲା : ମୋହନ ଭାଗବତ

image source- india today

ଭୋପାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ନିଜ ଦେଶରେ ରହି ଏବେ ପସ୍ତଉଛନ୍ତି । ସେମାନେ ଭାବୁଛନ୍ତି ଯେ ଦେଶ ବିଭାଜନ କରି ଭୁଲ ହୋଇଗଲା ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅମର ବାଲିଦାନୀ ଓ କିଶୋର ବିପ୍ଳବୀ ହେମୁ କଲାନୀଙ୍କ ଜୟନ୍ତୀ ଅବସରରେ ଆରଏସଏସ ମୁଖ୍ୟ ଏହା କହିଛନ୍ତି। ସ୍ୱାଧୀନତାର ୭ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ପାକିସ୍ତାନୀମାନେ ଅସନ୍ତୁଷ୍ଟ ଅଛନ୍ତି। ଏବେ ସେମାନେ ବିଶ୍ୱାସ କରନ୍ତି ଯେ ଭାରତର ବିଭାଜନ ଏକ ଭୁଲ ଥିଲା ।

ଭାଗବତଙ୍କ ମତରେ ଅଖଣ୍ଡ ଭାରତ ସତ୍ୟ, ଖଣ୍ଡବିଖଣ୍ଡିତ ଭାରତ ଏକ ଦୁଃସ୍ୱପ୍ନ। ଭାରତରୁ ଅଲଗା ହେବାର ୭ ଦଶନ୍ଧି ପରେ ବି ପାକିସ୍ତାନରେ ଦୁଃଖ ଥିବା ବେଳେ ଭାରତରେ ଖୁସି ରହିଛି। "

ସିନ୍ଧି ସମ୍ପ୍ରଦାୟକୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, ଆମକୁ ଏକ ନୂତନ ଭାରତ ନିର୍ମାଣ କରିବାକୁ ପଡ଼ିବ। ଭାରତ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଆଜି ଆମେ ଯାହାକୁ ପାକିସ୍ତାନ କହୁଛୁ, ତା'ର ଲୋକମାନେ କହୁଛନ୍ତି ଯେ ଏକ ଭୁଲ୍ ହୋଇଛି। ନିଜ ଧାରଣା ଯୋଗୁଁ ସେମାନେ ଭାରତରୁ ଅଲଗା ହୋଇଥିଲେ, ସଂସ୍କୃତିଠାରୁ ଅଲଗା ହୋଇଯାଇଥିଲେ । ସେମାନେ ଖୁସି ଅଛନ୍ତି କି?"

ସେ କହିଛନ୍ତି, ଭାରତରେ ସୁଖ ଅଛି ଏବଂ ପାକିସ୍ତାନରେ ଦୁଃଖ ଅଛି। ଯାହା ଠିକ ତାହା ତିଷ୍ଠି ରହିଥାଏ ଓ ଯାହା ଭୁଲ ତାହା ଆସେ, ପଳାଇ ମଧ୍ୟ ଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe