ଉଦ୍ଧାର ହେଲା ପାକିସ୍ତାନୀ ପାରା! ଡେଣାରେ ଲେଖା ହୋଇଛି ଅଦ୍ଭୁତ ବାର୍ତ୍ତା

Advertisment
ଉଦ୍ଧାର ହେଲା ପାକିସ୍ତାନୀ ପାରା! ଡେଣାରେ ଲେଖା ହୋଇଛି ଅଦ୍ଭୁତ ବାର୍ତ୍ତା

oneindia

ଜୟପୁର: ପାରାକୁ ବାର୍ତ୍ତାର ବାହାକ ବୋଲି କୁହାଯାଇଥାଏ। ଗତକାଲି ଏକ ପାରାକୁ ରାଜସ୍ଥାନ ପୁଲିସ ଉଦ୍ଧାର କରିଛି। ସନ୍ଦେହ କରାଯାଉଛି କି ଏହି ପାରାକୁ ପାକିସ୍ତାନରୁ ପଠା ଯାଇଛି।

ସୂଚନାଯୋଗ୍ୟ, ରାଜସ୍ଥାନର ଶ୍ରୀନଗର ଜିଲ୍ଲାର ଶ୍ରୀକରଣପୁର ଥାନା ଅଞ୍ଚଳ ପାକିସ୍ତାନ ସୀମା ନିକଟରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଗ୍ରାମର ୬୧ ଏଫରେ ବସବାସ କରୁଥିବା ସୁଖଦେବ ସିଂହ ବାବରି କ୍ଷେତରେ ଥିବା ଏକ ଗଛ ତଳେ ଏହି ପାରାକୁ ପାଇଥିଲେ। ଏହି ପାରା ସମ୍ପର୍କରେ ସୂଚନା ପାଇବା ପରେ ସୀମା ସୁରକ୍ଷାବଳ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ ଆରମ୍ଭ କରିବା ସହିତ ପାରାକୁ ଥାନାକୁ ନେଇ ଆସିଥିଲେ।

publive-image

ଏହି ପାରାର ପରରେ ଊର୍ଦୁରେ କିଛି ଲେଖା ହୋଇଥିବା ପୁଲିସ ଦେଖିବାକୁ ପାଇଥିଲେ। ସେହିପରି ଡାହାଣ ପଟ ଡେଣାରେ ଅସ୍ପଷ୍ଟ ଭାବେ ‘ଇରଫାନ’ ଓ ‘ସରଫାନ୍‌’ ଲେଖା ହୋଇଥିଲା। ସନ୍ଦେହ କରାଯାଉଛି କି ଏହି ପାରାଟି କାହାର ପୋଷା ପାରା ହୋଇଥାଇପାରେ । ପାକିସ୍ତାନରୁ ଭୁଲରେ ଉଡି ଏଠାକୁ ଚାଲି ଆସିଛି।

ଶ୍ରୀଗଙ୍ଗାନଗରର କରଣପୁର ପୁଲିସ ଥାନାର ହେଡ କନେଷ୍ଟବଳ ମହେନ୍ଦ୍ର ରାମଙ୍କ କହିବାନୁସାରେ, ପିଞ୍ଜରାରେ ରଖାଯାଇଥିବା ଏହି ପାରାର ସମସ୍ତ ସୁବିଧା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଦୁଇଦିନ ପର୍ଯ୍ୟନ୍ତ ପାରାଟି ଠିକ୍‌ ଭାବେ ଖିଆପିଆ କରିଥିବା ବେଳେ ତୃତୀୟ ଦିନ କିଛି ଖାଇ ନ ଥିଲା। ତେଣୁ ମଙ୍ଗଳବାର ଏସ୍‌ଆଇ ଶ୍ୟାମ ସିଂହ ପାରାକୁ ବିକାନେର ନେଇ ଯାଇଥିଲେ। ସେଠାରେ ପାରାର ସ୍ୱାସ୍ଥ୍ୟ ପରୀକ୍ଷା ଓ ଏକ୍ସ-ରେ ଆଦି ହେବ। ଏହାପରେ ପାରାକୁ ଚିଡିଆଖାନାରେ ଛାଡି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe