ବିଦେଶରୁ ପାଇଥିବା ଉପହାର ବିକିଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍

Advertisment
ଇମ୍ରାନ ଖାଁଙ୍କ ହେଲିକପ୍ଟରର ଜରୁରୀ ଅବତରଣ

Image Courtesy of India Today

ଇସଲାମାବାଦ: ଏକ ନିୟୁତ ଡଲାର ମୂଲ୍ୟର ଏକ ଦାମୀ ଘଣ୍ଟା ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କଠାରୁ ପାଇଥିବା ଦାମୀ ଉପହାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିକ୍ରି କରିଛନ୍ତି ବୋଲି ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ବୁଧବାର ଅଭିଯୋଗ କରିଛନ୍ତି। ବିଭିନ୍ନ ରାଷ୍ଟ୍ରମୁଖ୍ୟ ତଥା ସାମ୍ବିଧାନିକ ପଦପଦବୀରେ ଥିବା ଅଫିସରମାନଙ୍କ ଭିତରେ ଉପହାରଗୁଡ଼ିକ ସାଧାରଣତଃ ଅଦଳବଦଳ କରାଯାଇଥାଏ। ଉପହାରାଗାର (ତୋଷଖାନା)ର ନିୟମାନୁସାରେ ଖୋଲା ନିଲାମରେ ଯେପର୍ଯ୍ୟନ୍ତ ବିକ୍ରି ନ ହୋଇଛି, ସେପର୍ଯ୍ୟନ୍ତ ଉପହାରଗୁଡ଼ିକ ରାଷ୍ଟ୍ରର ସମ୍ପତ୍ତି ହୋଇ ରହିଥାଏ। ନିୟମାନୁସାରେ ଯେଉଁ ଉପହାରର ବଜାର ମୂଲ୍ୟ ୧୦,୦୦୦ ଟଙ୍କାରୁ କମ୍ ତାକୁ ନେତା ବା ଅଫିସରମାନେ ସରକାରଙ୍କୁ କିଛି ନ ଦେଇ ନିଜ ପାଖରେ ରଖିପାରିବେ। ଅନ୍ୟ ଉପହାରଗୁଡ଼ିକୁ ତୋଷଖାନାରୁ ନେବାକୁ ହେଲେ ନିର୍ଦ୍ଧାରିତ ଅର୍ଥ ପଇଠ କରିବାକୁ ପଡ଼େ।

ସୂଚନାଯୋଗ୍ୟ ଯେ, ଇମ୍ରାନ୍ ଖାନ୍ ଅନ୍ୟ ଦେଶରୁ ପାଇଥିବା ଉପହାରଗୁଡ଼ିକୁ ବିକ୍ରି କରିଥିବା ବିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷ ମର୍‌ୟାମ ନୱାଜ ଉର୍ଦ୍ଦୁରେ ଟ୍ବିଟ୍ କରିଛନ୍ତି। ‘ଖଲିଫା ହଜରତ ଓମାର (ରସୁଲ ମହମ୍ମଦଙ୍କ ସାଥୀ) ତାଙ୍କର ଜାମା ଓ ପୋଷାକ ପାଇଁ ଉତ୍ତରଦାୟୀ ଥିଲେ, ଅନ୍ୟ ପକ୍ଷରେ ତୁମେ (ଇମ୍ରାନ୍ ଖାନ୍) ବିଦେଶୀ ଉପହାରଗୁଡ଼ିକୁ ତୋଷଖାନାରୁ ଲୁଟିଛ ଏବଂ ତୁମେ କହୁଛ ମଦିନା ରାଷ୍ଟ୍ର ପ୍ରତିଷ୍ଠା କରିବ? ଜଣେ ଲୋକ (ଖାନ୍) କିପରି ଭାବେ ଏମିତି ଅସମ୍ବେଦନଶୀଳ, ବଧିର, ମୂକ ଓ ଅନ୍ଧ ହୋଇପାରେ?’ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ପ୍ରଶ୍ନ ପଚାରିଛନ୍ତି। ଏହିପରି ବିରୋଧୀ ଦଳର ଅନେକ ନେତା ନାନା ଭାବରେ ଇମ୍ରାନ୍‌ଙ୍କୁ ସମାଲୋଚନା କରିଛନ୍ତି। ଇମ୍ରାନ୍‌ଙ୍କୁ ଏକ ଗଲ୍‌ଫ ଦେଶର ରାଜକୁମାର ଦାମୀ ଘଣ୍ଟା ଉପହାର ଦେଇଥିଲେ। ଇମ୍ରାନ୍ ତାକୁ ତାଙ୍କର ଜଣେ ସହଯୋଗୀଙ୍କ ଦ୍ବାରା ୧ ନିୟୁତ ଡଲାରରେ ବିଦେଶରେ ବିକି ସେହି ଟଙ୍କା ନେଇଯାଇଛନ୍ତି। ଏ ଖବର ରାଜକୁମାରଙ୍କ ପାଖରେ ପହଞ୍ଚିଥିବା ଖବର ମିଳିଛି। ଏହାଦ୍ବାରା ଇମ୍ରାନ୍ ପାକିସ୍ତାନର ନାଁ ପକାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଇସଲାମାବାଦ ହାଇକୋର୍ଟରେ ଯାଇ ମାମଲା ପହଞ୍ଚିଛି। ଇମ୍ରାନ୍ ବିଦେଶରୁ ପାଇଥିବା ଉପହାରଗୁଡ଼ିକର ବର୍ଗୀକରଣ କରାଯାଉ ଓ ସେଗୁଡ଼ିକର ତାଲିକା ପ୍ରକାଶ ପାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe