ଲାଇଭ ରିପୋର୍ଟିଂ କରୁଥିବା ବେଳେ ଖବର ପାାଲଟି ଗଲେ ପାକିସ୍ତାନୀ ସାମ୍ବାଦିକ

ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିର ରିପୋର୍ଟିଂ କରୁଥିବା ବେଳେ ପାଣିରେ ବୁଡ଼ି ଯାଇ ଭାସିଗଲେ ସାମ୍ବାଦିକ। କ୍ୟାମେରାରେ କୈଦ ହେଲା ଲୋମଟାଙ୍କୁରା ଘଟଣାର ଦୃଶ୍ୟ।

Neqwrt (33)

ପାକିସ୍ତାନ:  ଅନେକ ସମୟରେ ସାମ୍ବାଦିକମାନେ ଖବର ଦେଉଥିବା ବେଳେ ନିଜେ ଖବର ପାଲଟି ଯାଇଆନ୍ତି। ପାକିସ୍ତାନ ବର୍ତ୍ତମାନ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସାମ୍ନା କରୁଛି। ଏପରି ପରିସ୍ଥିତିରେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରୁ  ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରିପୋର୍ଟର ଜଣକ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ଠିଆ ହୋଇ ତାଙ୍କ ମାଇକ୍ ସହିତ ବନ୍ୟା ପରିସ୍ଥିତିର ରିପୋର୍ଟିଂ କରୁଛନ୍ତି।  ଠିକ ଏତିକି ବେଳେ ସେ ରିପୋର୍ଟିଂ କରୁଥିବା ସ୍ଥାନରେ ପାଣିର ପ୍ରବାହ ହଠାତ୍ ତୀବ୍ର ହୋଇଯାଇଥିଲା। କିଛି ସେକେଣ୍ଡ ମଧ୍ୟରେ ତାଙ୍କ ମୁଣ୍ଡ ଏବଂ ହାତ ପାଣିରେ ବୁଡ଼ିଯାଇଥିଲା। ଦେଖୁ ଦେଖୁ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ଏହି ଲୋମଟାଙ୍କୁରାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe