ଆମେରିକାରେ ପଢୁଥିବା ପାକିସ୍ତାନୀ ଛାତ୍ରଛାତ୍ରୀ ଭୟଭୀତ: ଟ୍ରମ୍ପ୍‌ଙ୍କ ଭିସା ନୀତି ଯୋଗୁ ଦେଶରୁ ବହିଷ୍କାର ଆଶଙ୍କା

ଆମେରିକାରେ ୫.୫ କୋଟିରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ସମୀକ୍ଷା ଆରମ୍ଭ ହୋଇଛି। ଯେଉଁ ବିଦେଶୀମାନେ ପ୍ରବାସ ନିୟମ ଉଲ୍ଲଂଘନ କରୁଛନ୍ତି, ଆତଙ୍କବାଦ କିମ୍ବା ଆମେରିକୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି....

Pakistani students studying in US fear deportation due to Trump's visa policy

Pakistani students studying in US fear deportation due to Trump's visa policy Photograph: (sambad.in)

ୱାଶିଂଟନ/ଇସଲାମାବାଦ: ଆମେରିକାରେ ୫.୫ କୋଟିରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ସମୀକ୍ଷା ଆରମ୍ଭ ହୋଇଛି। ଯେଉଁ ବିଦେଶୀମାନେ ପ୍ରବାସ ନିୟମ ଉଲ୍ଲଂଘନ କରୁଛନ୍ତି, ଆତଙ୍କବାଦ କିମ୍ବା ଆମେରିକୀୟ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି, ସେମାନଙ୍କର ଭିସା ବାତିଲ କରିବା ପରେ ସେମାନଙ୍କୁ ଦେଶାନ୍ତର କରାଯିବ। ପାକିସ୍ତାନୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ, ବିଶେଷକରି ପାଲେଷ୍ଟାଇନ ସମର୍ଥକ ପ୍ରତିବାଦରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ପାକିସ୍ତାନୀ ଅଧିକାରୀମାନେ ରାଜନୈତିକ କାର୍ଯ୍ୟକଳାପରେ ସତର୍କ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଉଛନ୍ତି।

ୱାଶିଂଟନରେ ଥିବା ପାକିସ୍ତାନୀ ଦୂତାବାସ ଅନୁଯାୟୀ,୭ ଲକ୍ଷରୁ ୧୦ଲକ୍ଷ ପାକିସ୍ତାନୀ ଆମେରିକାରେ ବାସ କରନ୍ତି,ସେମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକୀୟ ନାଗରିକ ହୋଇସାରିଛନ୍ତି କିମ୍ବା ଦୀର୍ଘ ସମୟ ଧରି ସେଠାରେ ରହୁଛନ୍ତି। ସେମାନଙ୍କର ସଠିକ୍ ସଂଖ୍ୟା ପ୍ରକାଶ କରାଯାଇ ନାହିଁ।

ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ଯଦି କୌଣସି ବିଦେଶୀ ଅପରାଧିକ,ଆତଙ୍କବାଦୀ କିମ୍ବା ଆମେରିକୀୟ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥାଆନ୍ତି ଏବଂ ସେ ତାଙ୍କ ଭିସାରେ ଅଧିକ ସମୟ ପର୍ଯ୍ୟନ୍ତ ଆମେରିକାରେ ରହୁଛନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଦେଶୀ ନାଗରିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରାଯିବ। ସେମାନଙ୍କ ଦେଶରେସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯିବ। ଆମେରିକୀୟ ନାଗରିକ, ସଂସ୍କୃତି, ସରକାର କିମ୍ବା ପ୍ରତିଷ୍ଠାନ ପ୍ରତି କୌଣସି ପ୍ରକାରର ଶତ୍ରୁତାର ସଙ୍କେତ ମିଳିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପାଲେଷ୍ଟାଇନ ସପକ୍ଷରେ ପ୍ରତିବାଦ ପ୍ରଦର୍ଶନରେ କେତେକ ପାକିସ୍ତାନୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏବେ ସେମାନେ ଭୟ କରୁଛନ୍ତି ଯେ, ସେମାନଙ୍କର ଭିସା ବାତିଲ ହୋଇପାରେ କିମ୍ବା ସେମାନଙ୍କୁ ଦେଶାନ୍ତର କରାଯାଇପାରେ।

ଚଳିତ ବର୍ଷ ୧୨ ହଜାର ପାକିସ୍ତାନୀ ଛାତ୍ରଛାତ୍ରୀ ଆମେରିକା ପହଞ୍ଚିବେ। ୨୦୨୫ ସୁଦ୍ଧା ପାକିସ୍ତାନୀ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୨,୫୦୦କୁ ବୃଦ୍ଧି ପାଇବ। ପାକିସ୍ତାନୀ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଆଇନଗତ କାଗଜପତ୍ର ଏବଂ ରାଜନୈତିକ କାର୍ଯ୍ୟକଳାପ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।

କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଟ୍ରାଫିକ୍ ଉଲ୍ଲଂଘନ ଏବଂ ପ୍ରତିବାଦ ବିଷୟରେ ଆମେରିକୀୟ ଗୃହ ସୁରକ୍ଷା ବିଭାଗ (ଡିଏଚଏସକୁ ରିପୋର୍ଟ କରିବାକୁ ପଡିବ। ସମ୍ପ୍ରତି,ଉତ୍ତର ଭର୍ଜିନିଆର ଏକ କୋର୍ଟ ଦୁଇଜଣ ପାକିସ୍ତାନୀ ଛାତ୍ରଙ୍କୁ କହିଥିଲେ ଯେ, କୋର୍ଟଙ୍କୁ ଏବେ ଡିଏଚଏସ ସହିତ ଟ୍ରାଫିକ୍ ଉଲ୍ଲଂଘନର ରେକର୍ଡ ଦାଖଲ କରିବାକୁ ପଡ଼ିବ।

ଏକ ଛୋଟ ଭୁଲ ମଧ୍ୟ ପାକିସ୍ତାନୀ ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରିପାରେ। ଅନ୍ୟପକ୍ଷରେ, ପାକିସ୍ତାନୀ ଦୂତାବାସ କହିଛି,ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ରାଜନୈତିକ କାର୍ଯ୍ୟକଳାପ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାକିସ୍ତାନୀ ଛାତ୍ରଛାତ୍ରୀମାନେ କହିଛନ୍ତି, ଏହି କାରଣରୁ ଆମେରିକାରେ ଛୋଟ ଛୋଟ ଚାକିରି ପାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ରାଜନୈତିକ ଆଶ୍ରୟ ପାଇଥିବା ପାକିସ୍ତାନୀଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

pakistan | USA

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe