ହାଇପ୍ରୋଫାଇଲ୍‌ ଲୋକଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ପାକିସ୍ତାନୀ ଆତଙ୍କବାଦୀକୁ ମୁମ୍ବାଇରେ ଗିରଫ କଲା ଏଟିଏସ୍‌

Advertisment
ଆଫଗାନ୍‌ ଗୃହ ମନ୍ତ୍ରାଳୟରେ ଆତଙ୍କବାଦୀ ଆକ୍ରମଣ: ୧୧ ନିହତ

image courtesy of ZeeNews

ମୁମ୍ବାଇ: କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ୩୨ ବର୍ଷିୟ ବ୍ୟକ୍ତିଙ୍କୁ ମୁମ୍ବାଇର ପଶ୍ଚିମ ଉପନଗରୀରୁ ମହାରାଷ୍ଟ୍ର ଆଣ୍ଟି-ଟେରରିଜ୍‌ମ୍‌ ସ୍କ୍ଵାଡ୍‌ ଗିରଫ କରିଛି ବୋଲି ରବିବାର ଦିନ ଜଣେ ଏଟିଏସ୍‌ ଅଧିକାରୀ କହିଛନ୍ତି।

ଆଣ୍ଟି-ଟେରର୍‌ ଏଜେନ୍‌ସିର ଜୁହୁ ୟୁନିଟ୍‌ ଦ୍ୱାରା ମେ ୧୧ ତାରିଖ ଦିନ ଗିରପ ହୋଇଥିବା ସେ ବ୍ୟକ୍ତିଜଣକ ଆତଙ୍କବାଦ ସଙ୍ଗଠନ ଦ୍ୱାରା ଆୟୋଜିତ ଏକ କ୍ୟାମ୍ପ୍‌ରେ ତାଲିମ ଗ୍ରହଣ କରିବାକୁ ସାରଜା ଏବଂ ଦୁବାଇ ବାଟେ ପାକିସ୍ତାନ ଯାଇଥିଲା।

ବିସ୍ଫୋରକ ପରିଚାଳନା କରିବା, ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର ଏବଂ ଆତ୍ମଘାତୀ ବୋମା ବିସ୍ଫୋରଣ ସଂକ୍ରାନ୍ତରେ ସେ ବ୍ୟକ୍ତିଜଣକ କରାଚିରେ ଠାରେ ଏକ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ପରିଚାଳିତ ଶିବିରରେ ଯୋଗ ଦେଇଥିଲେ।

publive-image

ଜଣେ ଅଧିକାରୀ କହିଛନ୍ତି: ମୁମ୍ବାଇରେ ଆତଙ୍କବାଦୀ କାର୍ଯ୍ୟକଳପ ଭିଆଇବା ପାଇଁ ଲୋକ ଚାହୁଁଥିବା ଜଣେ ବ୍ୟକ୍ତି ତାଙ୍କୁ ପାକିସ୍ତାନ ଡକାଇଥିଲେ। ସେ ସେଠାକର ତାଲିମ ଶିବିରରେ ଯୋଗ ଦେଇଥିଲା। ଶିବିର ଆୟୋଜିତ କରିଥିବା ସଙ୍ଗଠନର ପୃଷ୍ଠପୋଷକତା କରୁଛି ପାକିସ୍ତାନର ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ୍‌ (ଆଇଏସ୍‌ଆଇ)।

ଗିରଫ ବ୍ୟକ୍ତିଙ୍କୁ ପଚରା ଉଚୁରା କରିବା ପରେ ଜଣା ପଡ଼ିଲା ଯେ ସେ ସାର୍ବଜନୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନ ଏବଂ ଜନାକୀର୍ଣ୍ଣ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।

ସହରର କେତେକ ଅତି ବିଶିଷ୍ଟ ଲୋକଙ୍କ ହତ୍ୟା ପାଇଁ ମଧ୍ୟ ଯୋଜନା କରାଯାଇଥିଲା।

ଏ ବିଷୟରେ ଅଧିକ ତଦନ୍ତ ଚାଲିଛି। ସ୍ଥାନୀୟ ଅଦାଲତରେ ଗିରଫ ଆତଙ୍କବାଦୀଙ୍କୁ ହାଜର କରାଯିବା ପରେ ତାଙ୍କୁ ମେ ୨୧ ତାରିଖ ଯାଏଁ ଏଟିଏସ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe