ପାକିସ୍ତାନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ କାର୍ଯ୍ୟାଳୟରେ ଜଣେ ମହିଳା ଟିକ୍ଟକ୍ ଷ୍ଟାରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିବା ପରେ ପାକିସ୍ତାନର ପୁଣି ମଜାକ୍ ଉଡିଛି। ଉକ୍ତ ଷ୍ଟାରଙ୍କ ନାମ ହରିମ ଶାହ ବୋଲି ଜଣାପଡ଼ିଛି। ହରିମ୍ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ର କନ୍ଫରେନ୍ସ ରୁମ୍ରେ ପ୍ରବେଶ କରି ଏହି ଭିଡିଓ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ହରିମଙ୍କ ସୋସିଆଲ ମିଡିଆ ଭିଡିଓ ଆପ୍ ଟିକ୍ଟକ୍ରେ ଏକ ମିଲିୟନ୍ରୁ ଅଧିକ ଫ୍ୟାନ୍ସ ରହିଛନ୍ତି। ପ୍ରଥମେ କୁହାଯାଉଥିଲା କି ସେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରିଏଟରେ ଥିଲେ। କିନ୍ତୁ ପରେ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଥିଲା କି ସେ ଫପ୍ରଧାନମନ୍ତ୍ରୀଙ୍କ ଅଫିସ୍ର କନ୍ଫରେନ୍ସ ରୁମ୍ରେ ପ୍ରବେଶ କରି ଏହି ଭିଡିଓ ସୁଟ କରିଛନ୍ତି।
/sambad/media/post_attachments/wp-content/uploads/2019/10/Capture-9-620x400-300x194.jpg)
ଏହି ଟିକ୍ଟକ୍ ଭିଡିଓକୁ ନେଇ ଖୁବ୍ ମଜାକ୍ ଉଡା ଯାଉଛି। କାରଣ ଏହି କାର୍ଯ୍ୟାଳୟରେ ସୁରକ୍ଷାବ୍ୟବସ୍ଥା ବହୁ କଡ଼ାକଡ଼ି ରହିଛି। ଏହା ସତ୍ତ୍ୱେ ହରିମ ଶାହ କେମିତି ଏହି ଭିଡିଓ ପ୍ରସ୍ତୁତ କରି ପାରିଲେ ବୋଲି ପ୍ରଶ୍ନ ଉଠିଛି। ଭିଡିଓରେ ହରିମ ଗୋଟିଏ ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ସେହି ଚୌକିଟି ବିଦେଶ ମନ୍ତ୍ରୀଙ୍କର ବୋଲି ଜଣାପଡ଼ିଛି। ଭିଡିଓରେ ପଞ୍ଜାବୀ ଓ ହିନ୍ଦୀ ଗୀତ ବାଜୁଥିବା ଶୁଣିବାକୁ ମିଳୁଛି। ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି।
/sambad/media/post_attachments/wp-content/uploads/2019/10/Hareem750-300x180.jpg)
ଏହି ଘଟଣାକୁ ନେଇ ହରିମ କହନ୍ତି, ଟିକ୍ଟକ୍ ଭିଡିଓ ପାଇଁ ମୁଁ ଅନୁମତି ନେଇ ଏହି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଛି। ଯଦି ମୋତେ ଅନୁମତି ମିଳି ନ ଥାଆନ୍ତା ତେବେ ମୁଁ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କିପରି ଏହି ଭିଡିଓ ପ୍ରସ୍ତୁତ କରି ପାରିଥାଆନ୍ତି। ଯେହେତୁ ଅନୁମତି ମିଳିଥିଲା ତେଣୁ ଭିଡିଓ ପ୍ରସ୍ତୁତ କରିବା ସମ୍ଭବ ହୋଇ ପାରିଥିଲା।
Follow Us