ଉରି ନିୟନ୍ତ୍ରଣ ରେଖାସ୍ଥିତ ଭାରତୀୟ ପୋଷ୍ଟ୍‌ ଉପରେ ପାକିସ୍ତାନୀ ସୈନିକଙ୍କ ଆକ୍ରମଣ

ଉରି ନିୟନ୍ତ୍ରଣ ରେଖାସ୍ଥିତ ଭାରତୀୟ ପୋଷ୍ଟ୍‌ ଉପରେ ପାକିସ୍ତାନୀ ସୈନିକଙ୍କ ଆକ୍ରମଣ

Image Courtesy of

ଶ୍ରୀନଗର: ଗୁରୁବାର ଦିନ ପାକିସ୍ତାନୀ ସୈନିକ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଉରି ସେକ୍ଟର୍‌ ଠାରେ ଥିବା ନିୟନ୍ତ୍ରଣ ରେଖା ନିକଟ ଭାତରୀୟ ପୋଷ୍ଟ୍‍ଗୁଡ଼ିକ ଉପରେ ଗୁଳି ଚାଳନା କରିଛି। ଫଳରେ ଭାରତୀୟ ସୈନିକମାନେ ପାଲଟା ଗୁଳି ଚାଳନା କରିଛନ୍ତି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

ଗୁରୁବାର ସକାଳେ ବାରମୂଳା ଜିଲ୍ଲାର ଉରି ସେକ୍ଟର୍‌ ଅନ୍ତର୍ଗତ ହାଜିପୀର ଅଞ୍ଚଳସ୍ଥିତ ଭାରତୀୟ ପୋଷ୍ଟ୍‌ଗୁଡ଼ିକ ଉପରେ ଅତର୍କିତ ଗୁଳି ଚାଳନା କରିଥିଲେ ପାକିସ୍ତାନୀ ସେନା।

ସେନା ଅଧିକାରୀ ଜଣକ କହିଛନ୍ତି: ନିୟନ୍ତ୍ରଣ ରେଖା ସେପଟୁ କରାଯାଉଥିବା ଆକ୍ରମଣର ସମ ଓ ପ୍ରତିଶୋଧାତ୍ମକ ଜବାବ ଦେଉଛନ୍ତି ଭାରତୀୟ ସୈନିକ।

ଏହି ଗୁଳିକାଣ୍ଡ ଯୋଗୁଁ କୌଣସି ଜୀବନହାନୀ ଘଟିଥିବାର ଖବର ଆସି ନାହିଁ।

ଏହାଛଡ଼ା ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାରୁ ଜଣେ ଭାରତୀୟ ସୈନିକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଆହତ ସୈନିକଙ୍କୁ ଡାକ୍ତରଖାନାରେ ଦାଖଲ କରାଯାଇଛି। ପରିବଲ ଗାଁ’ରେ ଗୁଳି ବିନିମୟ ଚାଲିଥିବା କଥା ପୁଲିସ କହୁଛି। ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇ ନିରାପତ୍ତା ବଳ ହାଜିନ ଅଞ୍ଚଳର ସେ ଗାଁ’କୁ କର୍ଡନ କରିବା ଯୋଗୁଁ ତାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।
ଗ୍ରାର ଯୁବକମାନେ ପୁଣି ଟେକାପଥର ପକାଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe