୭ମାସର ଗର୍ଭବତୀ ଅଛନ୍ତି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର

ପାକିସ୍ତାନରୁ ଆସିଥିବା ସୀମା ହାଇଦର କ୍ରମାଗତ ଚର୍ଚ୍ଚାରେ ରହିଛନ୍ତି। ଗ୍ରେଟର ନୋଏଡାରେ ସଚିନଙ୍କ ସହ ରହୁଥିବା ସୀମା ନିଜ ୟୁଟ୍ୟୁବ ଭିଡିଓରେ ୭ମାସର ଗର୍ଭବତୀ ଥିବା ଜଣାଇଛନ୍ତି।

tseeemaa

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର କ୍ରମାଗତ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ସଚିନ ମୀନାଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇଯାଇଥିଲେ। ଏସବୁ ଚର୍ଚ୍ଚା ଥମିବା ପରେ ସୀମା ୟୁଟ୍ୟୁବରେ ବ୍ଲଗ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ସେ ସଚିନଙ୍କ ପରିବାର ସହ ବ୍ଲଗ୍ କରୁଥିବା ଦେଖାଯାଏ। ନିଜ ବ୍ଲଗ୍ ମାଧ୍ୟମରେ ସେ ଏଭଳି କିଛି କରିଥାନ୍ତି ବା କହିଥାନ୍ତି, ଯାହାକୁ ନେଇ ଖୁବ ଚର୍ଚ୍ଚା ହୁଏ। ଏବେ ଚାରି ସନ୍ତାନର ମା’ ହୋଇସାରିଥିବା ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଥିବା ଜଣାଯାଇଛି। ପୂର୍ବ ସ୍ବାମୀଙ୍କ ସହ ୪ଟି ସନ୍ତାନ ଥିବା ବେଳେ ‌ଏବେ ସୀମା, ସଚିନଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏବେ ସେ ୭ମାସର ଗର୍ଭବତୀ ଥିବା ଜଣାଯାଇଛି।

ଗ୍ରେଟର ନୋଏଡାରେ ସଚିନଙ୍କ ସହ ରହୁଥିବା ସୀମା ନିଜ ୟୁଟ୍ୟୁବ ଭିଡିଓରେ ଏହି ଘୋଷଣା କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ସୀମା ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ଭଳି ଲାଗୁଥିବା କହୁଛନ୍ତି। ଏହା ପରେ ଏକ ପରୀକ୍ଷା କିଟ୍ ନେଇ ଗର୍ଭବତୀ ଅଛନ୍ତି କି ନାହିଁ, ତାହାର ପରୀକ୍ଷା କରୁଛନ୍ତି। ପରୀକ୍ଷା ପରେ ଗର୍ଭବତୀ ଥିବା ଜାଣି ସେ ସଚିନଙ୍କୁ ଡାକି ଏହି ଖୁସି ଖବର ଦେଉଛନ୍ତି। ତେବେ ସୀମା ୭ମାସର ଗର୍ଭବତୀ ଥିବା ବେଳେ ୟୁଟ୍ୟୁବରେ ଘୋଷଣା କରିବାକୁ ସେ ଏଭଳି ଢ଼ଙ୍ଗରେ ପରୀକ୍ଷା କରିଥିବା ସାମ୍ନାକୁ ଆସିଛି। ଏବେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe