ତୁ ମୋତେ କ’ଣ ଚା’ ପିଆଇବୁ, ତତେ ତ ତୋ ଦେଶର ଲୋକ ବି ଚା’ ପିଆଉନାହାନ୍ତି: ଅଫ୍ରିଦିଙ୍କୁ କହିଲେ ଧୱନ

tvbfyutytt

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ଶାହିଦ ଅଫ୍ରିଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଗୋଟିଏ ପରେ ଗୋଟିଏ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ଏବେ ତାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସେହି ସମୟର ଯେତେବେଳେ ତାଙ୍କ ନିଜ ଦେଶର ଲୋକମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ।

ସୂଚନା ମୁତାବକ, ଏହି ଭିଡିଓଟି ୨୦୧୨ ମସିହାର। ସେହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଅଫ୍ରିଦି ବିମାନବନ୍ଦରରେ ଜଣେ ପ୍ରଶଂସକଙ୍କ ସହ ଝଗଡ଼ା କରିଥିଲେ। ୨୩ ମାର୍ଚ୍ଚ ୨୦୧୨ରେ, ଢାକାରୁ କରାଚୀ ଫେରିବା ସମୟରେ, ସେ ବିମାନବନ୍ଦରରେ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ, ଯାହା ପରେ ସେଠାରେ ଉପସ୍ଥିତ ଲୋକମାନେ ଅଫ୍ରିଦିଙ୍କୁ ବହୁତ ମାଡ଼ ମାରିଥିଲେ। ତାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମରାଯିବା ସହ ଲେ‌ାକେ ତାଙ୍କ ସହ ଠେଲାପେଲା କରିଥିଲେ।

ଏହି ଘଟଣା ପରେ ଆଫ୍ରିଦି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ସେ ଯାହାଙ୍କୁ ଚାପୁଡ଼ା ମାରିଥିଲେ ସେ ତାଙ୍କ ଝିଅ ଅଜୱାଙ୍କୁ ଠେଲି ଦେଇଥିଲେ। ଏବେ ତାଙ୍କର ସେହି ଭିଡିଓକୁ ଏକ୍ସରେ ସେୟାର କରି ତାଙ୍କୁ ଟ୍ରୋଲ କରିଛନ୍ତି ଭାରତୀୟ କ୍ରିକେଟର ଶିଖର ଧୱନ। ଏପ୍ରିଲ ୨୨ରେ ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିବା ପରିବର୍ତ୍ତେ ଭାରତୀୟ ସେନା ଓ ଗଣମାଧ୍ୟମକୁ ଟ୍ରୋଲ କରିଥିଲେ ଅଫ୍ରିଦି। ଏହାର ଜବାବରେ ଭାରତୀୟ କ୍ରିକେଟର ଶିଖର ଧୱନ ଏକ୍ସରେ ଲେଖିଥିଲେ ଯେ, "ଆମେ ତୁମକୁ କାରଗିଲରେ ପରାସ୍ତ କରିଥିଲୁ। ତୁମେମାନେ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ମନ୍ତବ୍ୟ ଦେବା ପରିବର୍ତ୍ତେ, ନିଜ ଦେଶର ଅବସ୍ଥା ସୁଧାରିବା ଉପରେ ଧ୍ୟାନ ଦିଅ। ଆମେ ଆମ ସେନା ଉପରେ ଗର୍ବିତ।"

ଏହାର ଉତ୍ତର ଦେଇ ଅଫ୍ରିଦି ଲେଖିଥିଲେ, ହାର୍-ଜିତ୍ ଛାଡ଼। ଆସ, ତୁମକୁ ଚା’ ପିଆଇବି। ଅଫ୍ରିଦିଙ୍କ ଏହି ପୋଷ୍ଟର ଜବାବରେ ଧୱନ ତାଙ୍କର ସେହି ୨୦୧୨ର ଭିଡିଓ ପୋଷ୍ଟ କରି ଲେଖିଥିଲେ, ତୁ ମୋତେ କ’ଣ ଚା’ ପିଆଇବୁ। ତତେ ତ ତୋ ଦେଶର ଲୋକ ବି ଚା’ ପିଆଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe