ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି: ଖୋଲିଲା ଅଟ୍ଟାରୀ ସୀମା

ଜମ୍ମୁ-କଶ୍ମୀରର 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି।

 The New Indian Express

ପହଲଗାମ୍‌: ଜମ୍ମୁ-କଶ୍ମୀରର 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି। ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର ୱାଘା-ଅଟାରୀ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି।

ଏହି ଭୟଙ୍କର ଆକ୍ରମଣ ପରେ ଭାରତ କଡ଼ା ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନୀମାନଙ୍କ ପାଇଁ ଭିସା ସେବା ସ୍ଥଗିତ କରିଥିଲା। ଏହିପରି ଭିସାଧାରୀଙ୍କୁ ରବିବାର ପର୍ଯ୍ୟନ୍ତ ଦେଶ ଛାଡିବା ପାଇଁ ସମୟସୀମା ପ୍ରଦାନ କରାଯାଇଥିଲା।  ପାକିସ୍ତାନ ମଧ୍ୟ ଭାରତୀୟମାନଙ୍କ ପାଇଁ ସାର୍କ ଭିସା ସ୍ଥଗିତ କରିଛି। ଏହି ନିଷ୍ପତ୍ତି ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ସେମାନଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେବାକୁ ବାଧ୍ୟ କରିଛି। 

ଏବେ ଭାରତରେ ଥିବା ପାକିସ୍ତାନୀମାନଙ୍କୁ ମିଳିଛି ଆଶ୍ବସ୍ତି। ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା । ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ,ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ବାସୀ । ଆଜି ଥିଲା ସୀମା ବନ୍ଦର ଶେଷ ତାରିଖ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ବର୍ଷ ବର୍ଷର ଠିକଣାକୁ ବଦଳାଇ ଦେଇଛି । ଯେଉଁମାନେ ଅନେକ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହୋଇଛନ୍ତି ପାକିସ୍ତାନୀ ନାଗରିକ। ତେବେ ଅଟ୍ଟାରୀ ସୀମାରେ ଦେଖିବାକୁ ମିଳିଛି କେତେକ କରୁଣ ଦୃଶ୍ୟ। ସ୍ବାମୀ ଓ ପରିବାରକୁ ଛାଡି ପାକିସ୍ତାନ ଯିବାକୁ ବାଧ୍ୟ ହୋଇଛନ୍ତି ତ ଆଉ କିଏ ବାପା ମାଆଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe