The Dispatch
ନୂଆଦିଲ୍ଲୀ : ପାକିସ୍ତାନ ପୁଣିଥରେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ପ୍ରଫେଟ୍ ମନ୍ତବ୍ୟକୁ ନେଇ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଦେଇଛି। ଡିଜିଟାଲ ଫୋରେନ୍ସିକ୍ସ ରିସର୍ଚ୍ଚ ଆଣ୍ଡ ଆନାଲିଟିକ୍ସ ସେଣ୍ଟର (ଡିଏଫ୍ଆର୍ଏସି)ର ଏକ ରିପୋର୍ଟ ଅନୁଯାୟୀ ଟ୍ବିଟରରେ ଏ ସମ୍ପର୍କରେ ପ୍ରକାଶିତ ଅଧିକାଂଶ ମନ୍ତବ୍ୟ ପାକିସ୍ତାନରୁ ପ୍ରସାରିତ ହୋଇଛି। ୬୦,୦୦୦ରୁ ଅଧିକ ଟ୍ବିଟର ବ୍ୟବହାରକାରୀଙ୍କ ତଥ୍ୟ ବିଶ୍ଳେଷଣ କରିବାରୁ ଜଣାପଡ଼ିଲା ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅପରୀକ୍ଷିତ (ନନ୍-ଭେରିଫାଏଡ୍ ୟୁଜର)। ସମ୍ପୃକ୍ତ ହାସ୍ଟ୍ୟାଗ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିବା ବିଭିନ୍ନ ଦେଶର ବ୍ୟବହାରକାରୀଙ୍କ ମଧ୍ୟରୁ ୭,୧୦୦ରୁ ଅଧିକ ଆକାଉଣ୍ଟ ହେଉଛି ପାକିସ୍ତାନର।
ରିପୋର୍ଟ ଅନୁସାରେ ପାକିସ୍ତାନୀ ଆରି ନ୍ୟୁଜ୍ ସମେତ ଅଧିକାଂଶ ପାକିସ୍ତାନୀ ମିଡ଼ିଆ ହାଉସ୍ ଓମାନର ଗ୍ରାଣ୍ଡ ମୁଫତି ଭାରତୀୟ ସାମଗ୍ରୀକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି ବୋଲି ମିଥ୍ୟା ଖବର ପ୍ରସାରଣ କରିଛନ୍ତି। ସେହିପରି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ମିଥ୍ୟା ଦାବି କରିଛନ୍ତି ଯେ ବିଜେପିର ବହିଷ୍କୃତ ନେତା ନବୀନ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ଜିନ୍ଦଲଙ୍କ ଭାଇ। ସେହିପରି ଇଂଲିସ କ୍ରିକେଟର ମୋଇନ ଅଲି ଆଇପିଏଲ୍କୁ ବର୍ଜନ କରିବା ନେଇ ଏକ ମିଥ୍ୟା ସ୍କ୍ରିନ୍ସଟ ମଧ୍ୟ ପ୍ରସାରଣ କରାଯାଇଛି।
Follow Us