ପାକ୍‌ର ସାଇବର ଆକ୍ରମଣ ଉଦ୍ୟମ ପଣ୍ଡ: ହାଇବ୍ରିଡ୍‌ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ

Advertisment

ପାକିସ୍ତାନର ସାଇବର ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନାର ସାଇବର ନିରାପତ୍ତା ବିଭାଗ ପଣ୍ଡ କରିଦେଇଛି। ପହଲଗାମ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଭାରତୀୟ...

ପାକିସ୍ତାନର ସାଇବର ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନାର ସାଇବର ନିରାପତ୍ତା ବିଭାଗ ପଣ୍ଡ କରିଦେଇଛି। ପହଲଗାମ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଭାରତୀୟ...

cyber

ନୂଆଦିଲ୍ଲୀ: ପାକିସ୍ତାନର ସାଇବର ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନାର ସାଇବର ନିରାପତ୍ତା ବିଭାଗ ପଣ୍ଡ କରିଦେଇଛି। ପହଲଗାମ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଭାରତୀୟ ସେନା ସହ ଜଡ଼ିତ ବିଭିନ୍ନ ୱେବସାଇଟ୍‌ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲା ଏବଂ ଏହାର ସମସ୍ତ ପ୍ରୟାସ ନିଷ୍ଫଳ କରାଯାଇଛି। ଭାରତର ସାଇବର ନିରାପତ୍ତାସ୍ତରକୁ ଭାଙ୍ଗିବା ପାଇଁ ପାକିସ୍ତାନ ପ୍ରାୟୋଜିତ ହ୍ୟାକର୍‌ମାନେ ୪ ଥର ପ୍ରୟାସ କରି ବିଫଳ ହୋଇଛନ୍ତି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପାକ୍‌ ହ୍ୟାକର୍‌ ଗୋଷ୍ଠୀ ଗ୍ରୁପ୍ ୱେବସାଇଟ୍ ଏବଂ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ନିଜକୁ ଆଇଓକେ ହ୍ୟାକର୍ କୁହାଯାଉଥିବା ଏକ 
ପାକିସ୍ତାନୀ ଗ୍ରୁପ୍‌କୁ ‘ଇଣ୍ଟରନେଟ୍ ଅଫ୍ ଖଲିଫା’ କୁହାଯାଏ। ଏହା ସାଧାରଣତଃ ୱେବସାଇଟ୍ ହ୍ୟାକ୍ କରି ସେବାରେ ବାଧା ସୃଷ୍ଟି କରିଥାଏ, ସେଥିରେ ଆପତ୍ତିଜନକ ପୋଷ୍ଟ ରଖି ଡାଟା ଚୋରି କରିଥାଏ।

ଭାରତର ସାଇବର ସିକ୍ୟୁରିଟି ଡିଫେନ୍ସ ସିଷ୍ଟମ୍‌ ଏହି ଗ୍ରୁପ୍‌ର କାର୍ଯ୍ୟକଳାପକୁ ଟ୍ରାକ୍‌ କରି ଏହାର ସବୁ ପ୍ରୟାସକୁ ପଣ୍ଡ କରିଛି। ସାଇବର ଡିଫେନ୍ସ ସିଷ୍ଟମ ଅନୁଯାୟୀ ହ୍ୟାକର୍‌ ଗ୍ରୁପ୍ ପାକିସ୍ତାନରୁ ଅହରହ ଭାରତ ବିରୋଧୀ ପ୍ରକ୍ରିୟା ଚଳାଇଛି। ଗୋଟିଏ ପଟେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ବେଳେ ଆଇଓକେ ହ୍ୟାକର୍‌ ସାଇବର ସୁରକ୍ଷାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ହ୍ୟାକର୍‌ମାନେ କିଛି ସମୟ ପାଇଁ ଆର୍ମି ପବ୍ଲିକ୍‌ ସ୍କୁଲ ଶ୍ରୀନଗର ଏବଂ ଆର୍ମି ପବ୍ଲିକ୍‌ ସ୍କୁଲ ରାଣୀଖେତର ୱେବସାଇଟ୍‌କୁ ମଧ୍ୟ ହ୍ୟାକ୍ କରିଥିଲେ। ଏହାପରେ ଏହି ସାଇଟ୍‌ଗୁଡ଼ିକରେ ପାକିସ୍ତାନର ପତାକା ପୋଷ୍ଟ କରାଯାଇଥିଲା।

ଏହାବ୍ୟତୀତ ଏହି ହ୍ୟାକର୍‌ମାନେ ଆର୍ମି ୱେଲ୍‌ଫେୟାର ହାଉସିଂ ଅର୍ଗାନାଇଜେସନ୍ ସାଇଟ୍ ମଧ୍ୟ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଭାରତୀୟ ବାୟୁସେନା ସହ ଜଡ଼ିତ ଏକ ସାଇଟ୍‌କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ସାଇବର ଆକ୍ରମଣ ଆଲର୍ଟ ମିଳିବା ପରେ ୪ଟି ୱେବସାଇଟକୁ ତତ୍‌କ୍ଷଣାତ ଅଫ୍‌ଲାଇନ୍‌ରେ ନିଆଯାଇଥିଲା ଏବଂ ରକ୍ଷଣାବେକ୍ଷଣ ପରେ ପୁନଃ ଆରମ୍ଭ କରାଯାଇଥିଲା। ଏଯାବତ୍ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ କୌଣସି ତଥ୍ୟ ଲିକ୍ ହୋଇନାହିଁ ଏବଂ ପରିଚାଳନା ବ୍ୟବସ୍ଥାରେ କୌଣସି ଉଲ୍ଲଂଘନ ହୋଇନାହିଁ। ଯୁଦ୍ଧ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପାକିସ୍ତାନ ଏବେ ଭାରତ ବିରୋଧରେ ହାଇବ୍ରିଡ୍ ଯୁଦ୍ଧ ଆରମ୍ଭ କରିଦେଇଛି ଏବଂ ଭାରତ ମଧ୍ୟ ଯେ କୌଣସି ସ୍ତରର ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ପାକିସ୍ତାନ ଏବେ ଗୋଟିଏ ପଟେ ସାଇବର ଆକ୍ରମଣ, ଅପପ୍ରଚାର, ଆତଙ୍କବାଦ ଆଦି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ ସେନା ସହ ସିଧାସଳଖ ମୁହାଁମୁହିଁ ସ୍ଥିତିରେ ରହିଛି। ଏଭଳି ହାଇବ୍ରିଡ୍ ଯୁଦ୍ଧରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତୀୟ ସେନା ଓ ନିରାପତ୍ତା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe