ଇସ୍ଲାମାବାଦ : ଶନିବାର ଦିନ ଇସ୍ତାନବୁଲରେ ପାକିସ୍ତାନ (Pakistan) ଏବଂ ଆଫଗାନିସ୍ତାନ (Afganistan) ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ସେପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ତାଙ୍କର ଆକ୍ରମଣାତ୍ମକ ବୟାନବାଜି ଜାରି ରଖିଛନ୍ତି । ସେ ଆଫଗାନିସ୍ତାନକୁ "ଖୋଲା ଯୁଦ୍ଧ" ଧମକ ଦେଇଛନ୍ତି।
କାତାର ଏବଂ ତୁର୍କୀ ମଧ୍ୟସ୍ଥତାରେ ଅକ୍ଟୋବର ୧୮-୧୯ ରେ ଦୋହାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲା। ଆଫଗାନିସ୍ତାନ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥିଲେ ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ ରହମତୁଲ୍ଲା ମୁଜିବ। ଏଥିରେ ଆଫଗାନିସ୍ତାନ ଗୃହମନ୍ତ୍ରୀ ନୁର ଅହମଦ ନୁରଙ୍କ ଭାଇ ଅନାସ ହକ୍କାନି ମଧ୍ୟ ସାମିଲ ଥିଲେ, ଯେତେବେଳେ କି ପାକିସ୍ତାନର ପ୍ରତିନିଧିତ୍ୱ କରୁଥିଲେ ସୁରକ୍ଷା ଅଧିକାରୀଙ୍କ ଦୁଇ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ।
ଆହୁରି ପଢନ୍ତୁ : PAK General in Dhaka: ଢାକା ଗସ୍ତରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ
ରବିବାର ସୁଦ୍ଧା ଫଳାଫଳ ଆଶା କରାଯାଉଛି
ପ୍ରଥମ ପର୍ଯ୍ୟାୟର ନେତୃତ୍ୱ ନେଉଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସିଆଲକୋଟରେ କହିଥିଲେ ଯେ ଏହି ନୂତନ ପର୍ଯ୍ୟାୟ ଆଲୋଚନାର ଫଳାଫଳ ରବିବାର ସୁଦ୍ଧା ମିଳିପାରିବ। ସେ କହିଛନ୍ତି ଯେ ଯଦି ଆଲୋଚନା ବିଫଳ ହୁଏ, ତେବେ ପାକିସ୍ତାନର ଆଫଗାନିସ୍ତାନ ସହିତ ଖୋଲା ସଂଘର୍ଷରେ ଲିପ୍ତ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ, ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଶାନ୍ତି ଚାହୁଁଥିବା ପରି ମନେ ହେଉଛି।
ଅଧିକ ପଢ଼ନ୍ତୁ: କନେଷ୍ଟବଳଙ୍କ ପ୍ରେମରେ ଥିଲେ ମୃତ ଡାକ୍ତର, ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/25/asif-2025-10-25-22-05-10.jpg)