Operation Sindoor : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ମେ ମାସରେ ହୋଇଥିବା ଯୁଦ୍ଧବିରତି ପାଇଁ ବାରମ୍ବାର କ୍ରେଡିଟ ଦାବି କରୁଛନ୍ତି । ସେ ବିଭିନ୍ନ ମଞ୍ଚରୁ ବାରମ୍ବାର କହିଛନ୍ତି ଯେ ସେ ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଅନେକ ଯୁଦ୍ଧକୁ ରୋକିଛନ୍ତି। ତଥାପି, ଭାରତ କୌଣସି ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତାକୁ ନିରନ୍ତର ମନା କରିଆସିଛି। ଏବେ, ଅପରେସନ ସିନ୍ଦୁରର ପ୍ରାୟ ସାତ ମାସ ପରେ, ପାକିସ୍ତାନ (Pakistan)ର ଉପ-ପ୍ରଧାନମନ୍ତ୍ରୀ ଇସାକ ଡାର ସତ ମାନିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ କାହାକୁ ମଧ୍ୟସ୍ଥତା ପାଇଁ ଅନୁରୋଧ କରିନଥିଲା ଓ ନିଜେ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଥିବା ଇସାକ ଡାର ମଧ୍ୟ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ତାଙ୍କର ନୂଆ ବୟାନ ସେନାମୁଖ୍ୟ ଅସୀମ ମୁନୀର ଓ ପାକିସ୍ତାନ ସରକାରଙ୍କୁ ଅଡ଼ୁଆରେ ପକାଇପାରେ । କିନ୍ତୁ ତାଙ୍କର ଏହି ବୟାନ ଭାରତର ଦାବିର ସତ୍ୟତା ପ୍ରମାଣିତ କରିଛି ।
ଆହୁରି ପଢନ୍ତୁ : Kharif Mandi: ଖରିଫ ମଣ୍ଡିରେ ୧୪୪ଚାଷୀଙ୍କ ୬୬୧୬ କୁଇଣ୍ଟାଲ କିଣିଲେଣି
କଣ କହିଲେ ଡାର୍ ?
ଡନ୍ ଖବରକାଗଜ ଅନୁଯାୟୀ, ଇସଲାମାବାଦରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଇସାକ ଡାର କରିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଇସଲାମାବାଦ କେବେବି ଆମେରିକା କିମ୍ବା କୌଣସି ତୃତୀୟ ପକ୍ଷକୁ ଭାରତ ସହିତ ଯୁଦ୍ଧବିରତି ମଧ୍ୟସ୍ଥତା କରିବାକୁ ଅନୁରୋଧ କରିନଥିଲା। ଭାରତୀୟ ଆକ୍ରମଣରେ ବ୍ୟାପକ କ୍ଷତି ସହିବା ପରେ ପାକିସ୍ତାନ ନିଜେ ଯୁଦ୍ଧବିରତି ଦାବି କରିଥିଲା।"
ଆହୁରି ପଢନ୍ତୁ : Maidalpur: ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଓ ପୋଚ ଜବତ
ଗତ ଅଗଷ୍ଟ ମାସରେ ମଧ୍ୟ ଇଶାକ ଡାର କହିଥିଲେ ଯେ ଅପରେସନ ସିନ୍ଦୂରରେ ପାକିସ୍ତାନ ଏତେ କ୍ଷତି ସହିଥିଲା ଯେ ଯୁଦ୍ଧ ଜାରି ରଖବା ଅପେକ୍ଷା ଯୁଦ୍ଧବିରତିକୁ ପ୍ରାଥମିକତା ଦେଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/27/darr-2025-12-27-22-24-51.png)