କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ବରଖାସ୍ତ ହେଲେ ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ

କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ବରଖାସ୍ତ ହେଲେ ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ

ଲାହୋର: ତିନି ମାସରୁ ଅଧିକ ଅଫିସ୍‌ରେ ଅନୁପସ୍ଥିତ ରହିଥିବା ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା କଥା ଶୁକ୍ରବାର ଦିନ ଟ୍ରାଫିକ୍‌ ପୁଲିସର ଜଣେ ମୁଖପାତ୍ର କହିଛନ୍ତି।

ଟ୍ରାଫିକ୍‌ ପୁଲିସ ମୁଖପାତ୍ର ଅଲି ନଓ୍ଵାଜ୍‌ କହିଛନ୍ତି: ୩ ମାସରୁ ଅଧିକ କାଳ ଅଫିସ୍‌ରେ ଅନୁପସ୍ଥିତ ରହିଥିବା କାରଣରୁ ୩୫ ବର୍ଷିୟ ଗୁଲାବ ସିଂହଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଟ୍ରାଫିକ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅସିଫ୍‌ ସାଦିକ୍‌ ତାଙ୍କ ବିରୋଧରେ ତଦନ୍ତ କରିବା ପରେ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତଦନ୍ତ କମିଟି ନିକଟରେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ।

ତାଙ୍କ ବରଖାସ୍ତ ବିରୋଧରେ ସିଂହ ଟ୍ରାଫିକ୍‌ ପୁଲିସର ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ଙ୍କ ଆବେଦନ କରି ପାରିବେ।

ସିଂହ ଅଭିଯୋଗ କରିଛନ୍ତି ଯେ ଗତ ମାସରେ ଲାହୋର ନିକଟରେ ଥିବା ତାଙ୍କ ଗାଁ ବାସଭବନରୁ ଜବରଦସ୍ତି ତାଙ୍କ ପିଲା ଓ ପତ୍ନୀଙ୍କୁ ‘ଇଭାକୁଇ ଟ୍ରଷ୍ଟ୍‍ ପ୍ରପର୍ଟି ବୋର୍ଡ’ ବାହାର କରି ଦେଇଥିଲା। ବୋର୍ଡର ଅନୁରୋଧରେ ହିଁ ଟ୍ରାଫିକ୍‌ ପୁଲିସ ଏସ୍‌ପି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବୋର୍ଡ ବିରୋଧରେ ମୁଁ ଦାଏର କରିଥିବା ମାମଲା ଫେରାଇ ନେବାକୁ ଚାପ ପକାଇବା ନିମନ୍ତେ ଏପରି କରାଯାଇଛି।

ସେ ଦୁର୍ଘଟଣାରେ ଆହତ ହୋଇଥିଲେ ଏବଂ ଛୁଟି ଦରଖାସ୍ତ ସହ ଡାକ୍ତରୀ ସାର୍ଟିଫିକେଟ୍‌ ମଧ୍ୟ ଦେଇଥିଲେ। ବିଭାଗ ନିକଟରେ ଅନ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ସେମାନେ ଛୁଟିକୁ ମାମଲା କରି ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଡିଆଇଜି ତାଙ୍କ ଦୁଃଖ ଶୁଣି ପୁଣି ଚାକିରି ଫେରାଇ ଦେବେ ବୋଲି ସିଂହଙ୍କର ଦୃଢ଼ ବିଶ୍ୱାସ ଥିବା କଥା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe