Image Courtesy of India Today
ନୂଆଦିଲ୍ଲୀ: ପଞ୍ଜାବ ଏବଂ ତା’ର ଚତୁର୍ପାଶ୍ବସ୍ଥ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ‘ଇଣ୍ଟର୍-ସର୍ଭିସ୍ ଇଣ୍ଟେଲିଜେନ୍ସ୍’ ବଡ଼ଧରଣର ଷଡ଼ଯନ୍ତ୍ର କରିଥିବା କଥା ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରିଛି।
ଜାରି ସତର୍କ ସୂଚନାରେ କୁହାଯାଇଛି, ‘ଆଇଏସ୍ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତତ୍ସଂଲଗ୍ନ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍ବାହୀ ଟ୍ରେନ୍ ଯାଉଥିବା ଧାରଣାଗୁଡ଼ିକୁ ଉଡ଼ାଇ ଦେବାକୁ ଯୋଜନା କରାଯାଇଛି ବୋଲି ଭାରତର ଗୁଇନ୍ଦା ଏଜେନ୍ସି କହିଛି।
Image Courtesy of India TV Newsସତର୍କ ସୂଚନାରେ ଗୁଇନ୍ଦା ଏଜେନ୍ସି ଆହୁରି ମଧ୍ୟ କହିଛି ଯେ, ରେଳଧାରଣା ଉଡ଼ାଇ ଦେବା ଲାଗି ଭାରତରେ ଥିବା ତା’ର ଗୁଇନ୍ଦାମାନଙ୍କୁ ‘ଆଇଏସ୍ଆଇ’ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଉଛି। ଏହାଛଡ଼ା, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଲାଗି ଭାରତରେ ଥିବା ପାକିସ୍ତାନର ନିଷ୍କ୍ରିୟ ଗୁଇନ୍ଦାମାନଙ୍କୁ ବିପୁଳ ଅର୍ଥ ପ୍ରଦାନ କରାଯାଉଛି।
Follow Us