ପାକିସ୍ତାନରେ ସାଂପ୍ରଦାୟିକ ଦଙ୍ଗା, ୮୨ ମୃତ

ହିଂସାକାଣ୍ଡରେ ରକ୍ତରଂଜିତ ହୋଇଛି ପାକିସ୍ତାନର କୁରମ ଜିଲ୍ଲା । ଏଠାରେ ସୁନ୍ନି ଓ ସିହା ମୁସଲମାନଙ୍କ ମଧ୍ୟରେ ଗତ ତିନିଦିନ ହେଲା ଦଙ୍ଗା ଚାଲିଛି । ଏହି ଦଙ୍ଗାରେ ବର୍ତ୍ତମାନ ସୁଦ୍ଧା ୮୨ ଜଣଙ୍କ ମୃତ୍ୟୁ ଘଟିଛି।

pk

ଇସ୍ଲାମାବାଦ: ହିଂସାକାଣ୍ଡରେ ରକ୍ତରଂଜିତ ହୋଇଛି ପାକିସ୍ତାନର କୁରମ ଜିଲ୍ଲା । ଏଠାରେ ସୁନ୍ନି ଓ ସିହା ମୁସଲମାନଙ୍କ ମଧ୍ୟରେ ଗତ ତିନିଦିନ ହେଲା ଦଙ୍ଗା ଚାଲିଛି । ଏହି ଦଙ୍ଗାରେ ବର୍ତ୍ତମାନ ସୁଦ୍ଧା ୮୨ ଜଣଙ୍କ ମୃତ୍ୟୁ ଘଟିଛି।

ତିନି ଦିନ ତଳେ ନଭେମ୍ବର ୨୧ ତାରିଖରେ ଏକ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ସିଆ ମୁସଲମାନ ଥିଲେ। ସେବେଠାରୁ ହିଂସାଚକ୍ର ଜାରି ରହିଛି। କୁରମ ଜିଲ୍ଲା ଖୈବର ପଖ୍ତୁନଖୱା ପ୍ରଦେଶରେ ଅବସ୍ଥିତ । ଏହି ଆକ୍ରମଣର ଜବାବରେ ସିଆ ସମ୍ପ୍ରଦାୟ ସୁନ୍ନି ଘରଗୁଡ଼ିକୁ ଟାର୍ଗେଟ କରିଥିଲେ। ଏହାର ଜବାବରେ ପାଖାପାଖି ୨୮ ଜଣ ପ୍ରାଣ ହରାଇଥିଲେ। 

ହିଂସାକୁ ରୋକିବା ପାଇଁ ସରକାର କାମ କରୁଛନ୍ତି। ରବିବାର ପାକିସ୍ତାନୀ ଅଧିକାରୀମାନେ ଆଦିବାସୀ ନେତାମାନଙ୍କ ସହ ସାକ୍ଷାତ କରିଥିଲେ। ଅଧିକାରୀମାନେ କୌଣସି ପ୍ରକାରେ ସଂଘର୍ଷ କୁ ରୋକିବା ଉପରେ ଧ୍ୟାନ ଦେଉଛନ୍ତି। କନଫ୍ଲୋ ଉପରେ ଆକ୍ରମଣ ପରେ କୁରମରେ ସୁନ୍ନି ମୁସଲମାନଙ୍କ ବିରୋଧରେ ହିଂସା କାଣ୍ଡ ଘଟିଥିଲା। ଉଭୟ ପକ୍ଷର ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe