ପାକିସ୍ତାନର ନୂଆ ଚାଲ୍‌, କୁଳଭୂଷଣ ରିଭ୍ୟୁ ପିଟିସନ୍‌ ଦାଖଲ ଚାହୁନଥିବା ଦାବିକଲା

Advertisment
ପାକିସ୍ତାନୀ କ୍ୟାପଟେନଙ୍କୁ ସାହାଯ୍ୟ କଲା ଭାରତୀୟ ତଟରକ୍ଷୀ ବାହିନୀ

the statesman

ଇସଲାମାବାଦ୍‌: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ସାମ୍ନା କରୁଥିବା ଭାରତୀୟ ଅବସରପ୍ରାପ୍ତ ନୌସେନା‌ ଅଧିକାରୀ କୁଳଭୂଷଣ ଯାଦବ ତାଙ୍କ ମୃତ୍ୟୁଦଣ୍ଡ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ମନା କରିଦେଇଛନ୍ତି ବୋଲି ପାକିସ୍ତାନ ଏକତରଫା ଭାବେ ଦାବି କରୁଛି। ପାକିସ୍ତାନର ଅତିରିକ୍ତ ଏଟର୍ଣ୍ଣି ଜେନେରାଲ୍‌ ଦାବି କରିଛନ୍ତି, ଯାଦବଙ୍କୁ ଗତ ଜୁନ୍‌ ୧୭ ତାରିଖରେ ରିଭ୍ୟୁ ପିଟିସନ୍‌ ଦାଖଲ ପାଇଁ ଡକାଯାଇଥିଲା। କୁଳଭୂଷଣଙ୍କ ବିରୋଧରେ ଥିବା ଦଣ୍ଡାଦେଶର ପୁନର୍ବିଚାର ପାଇଁ ‌ସେ ତାଙ୍କ ଆଇନଗତ ଅଧିକାର ଅନ୍ତର୍ଗତ ରିଭ୍ୟୁ ପିଟିସନ୍‌ ଦାଖଲ କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଯାଦବ ଏଥିରେ ଅନାଗ୍ରହ ପ୍ରକାଶ କରିଥିଲେ ବୋଲି ଏଟର୍ଣ୍ଣି ଜେନେରାଲ ଏକ ପ୍ରେସ୍‌ କନଫରେନ୍ସରେ କହିଛନ୍ତି। ଏପ୍ରିଲ୍‌ ୧୭, ୨୦୧୭ରେ କୁଳଭୂଷଣ କରିଥିବା କ୍ଷମା ଆବେଦନର ବିଚାର କରିବାପାଇଁ ସେ କହିଛନ୍ତି ବୋଲି ପାକିସ୍ତାନ ଅତିରିକ୍ତ ଏଟର୍ଣ୍ଣି ଜେନେରାଲ୍‌ କହିଛନ୍ତି। ଅନ୍ୟପକ୍ଷେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ ଦୂତାବାସ ‌ସହାୟତା ଦେବାପାଇଁ କହିଛି। ତେବେ ଯାଦବଙ୍କ ବିରୋଧରେ ପାକିସ୍ତାନର ଏହା ଏକ ନୂଆ ଚାଲ୍‌ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ପାକିସ୍ତାନ ଗତ ମେ’ରେ ଦାବି କରିଥିଲା ଯେ, ଏହା କୁଳଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ରାୟର ଅନୁପାଳନ କରିବ। ଉଲ୍ଲେଖଯୋଗ୍ୟ ୪୯ ବର୍ଷୀୟ କୁଲଭୂଷଣ ଯାଦବଙ୍କୁ ଏପ୍ରିଲ ୨୦୧୭ରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନୀ ସାମରିକ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ପାକିସ୍ତାନ ଦାବି କରିଛି ଯେ, ଯାଦବଙ୍କୁ ବାଲୋଚିସ୍ତାନ ପ୍ରଦେଶରୁ ପାକିସ୍ତାନ ସୁରକ୍ଷା ଅଧିକାରୀ ମାର୍ଚ୍ଚ ୩, ୨୦୧୬ରେ ଗିରଫ କରିଥିଲେ। ତେବେ ପ୍ରକୃତରେ ଯାଦବଙ୍କୁ ପାକିସ୍ତାନ ଇରାନ୍‌ରୁ ଅପହରଣ କରିନେବା ପରେ ତାଙ୍କ ବିରୋଧରେ ନାନା ଷଡ଼ଯନ୍ତ୍ର କରିଥିଲା ଏବଂ ତାଙ୍କୁ ଆତଙ୍କବାଦୀ ଭାବେ ଦର୍ଶାଇ ଭାରତକୁ ବଦନାମ କରିବାକୁ ପ୍ରୟାସ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe