ପାକିସ୍ତାନର ନୂଆ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ଖାଲସା’

Advertisment

ପଞ୍ଜାବରେ ଅସ୍ଥିରତା ସୃଷ୍ଟି ଏହାର ଉଦ୍ଦେଶ୍ୟ

ପଞ୍ଜାବରେ ଅସ୍ଥିରତା ସୃଷ୍ଟି ଏହାର ଉଦ୍ଦେଶ୍ୟ

ପାକିସ୍ତାନର ନୂଆ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ଖାଲସା’

OpIndia

ନୂଆଦିଲ୍ଲୀ: ପଞ୍ଜାବର ମୋହାଲିଠାରେ ବୋମା ବିସ୍ଫୋରଣ ହେବାର ଦୁଇଦିନ ପରେ ଭାରତୀୟ ଗୁଇନ୍ଦା ସଂସ୍ଥା ଆଇବି କହିଛି ଯେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ପଞ୍ଜାବରେ ଅସ୍ଥିରତା ଖେଳାଇବା ପାଇଁ ଲସ୍କର-ଏ-ଖାଲସା ନାମକ ଆଉ ଏକ ଆତଙ୍କବାଦୀ ଗୋଷ୍ଠୀ ଗଠନ କରିଛି ଏବଂ ଏଥିରେ ଆଫଗାନ ତଥା ଖଲିସ୍ଥାନ ସପକ୍ଷବାଦୀ ବିଭ୍ରାନ୍ତ ଯୁବକମାନଙ୍କୁ ନିଯୁକ୍ତି ଦେଉଛି।

ଆଇବିର ସୂଚନା ଅନୁସାରେ, ନବଗଠିତ ଆତଙ୍କବାଦୀ ସଂଗଠନ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛି ଏବଂ ଭାରତରେ ଅଘଟଣମାନ ଘଟାଇବା ପାଇଁ ଯୁବକମାନଙ୍କୁ ନିୟୋଜିତ କରୁଛି। ଖଲିସ୍ତାନୀ ନାମ ବ୍ୟବହାର କରି ଏହା ଫେସ୍‌ବୁକ୍ ମାଧ୍ୟମରେ ଖଲିସ୍ତାନୀ ସପକ୍ଷବାଦୀ ଯୁବକଙ୍କ ସହ ସମ୍ପର୍କ ରଖୁଛି ଓ ସେମାନଙ୍କୁ ଭାରତରେ ବିଭିନ୍ନ ସ୍ଥାନରେ ଆକ୍ରମଣ ଇତ୍ୟାଦି ଘଟାଇବା ପାଇଁ ପ୍ରେରିତ କରୁଛି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଉକ୍ତ ସଂଗଠନରେ ଆଫଗାନ ଯୁବକମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି ବୋଲି ଆଇବି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe