ଭାରତରକୁ ନାଲି ଆଖି ଦେଖାଇ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

Advertisment
ଭାରତରକୁ ନାଲି ଆଖି ଦେଖାଇ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆମେରିକାରେ ଫରେନ ରିଲେସନ କାଉନସିଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହିଦ ଆବାସି ପୁଣି ଭାରତକୁ ନାଲି ଆଖି ଦେଖାଇ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି। 
ଶାହିଦ ଆବାସି କହିଛନ୍ତି, ଭାରତର ନୂଆ ଯୁଦ୍ଧ ରଣନୀତି ‘କୋଲ୍‌ଡ ଷ୍ଟାର୍ଟ ଡ୍ରକଟ୍ରିନ’କୁ ମୁକାବିଲା କରିବା ପାଇଁ ପାକିସ୍ତାନ ସ୍ୱଳ୍ପ ଦୂରଗାମୀ ପରମାଣୁ ବୋମା ତିଆରି କରିଛି। ପାକିସ୍ତାନ ବିଶ୍ୱର ଦାୟିତ୍ୱସମ୍ପନ୍ନ ଦେଶ । ଏହାଛଡା ଦୀର୍ଘଦିନ ଧରି ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ ଦେଶ ହେଉଛି ପାକିସ୍ତାନ।  ତେଣୁ ପାକିସ୍ତାନ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ବିଶ୍ୱ ସ୍ତରରେ ପାକିସ୍ତାନକୁ ନେଇ ହେଉଥିବା ଆଲୋଚନାକୁ ବନ୍ଦ କରାଯାଉ। ଆମ ପାଖରେ ପରମାଣୁ ଅସ୍ତ୍ର ରହିଛି ଏବଂ ଏହାକୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଅନ୍ୟ କେହି ଆଲୋଚନା କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଆବାସି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe