ଆତଙ୍କିତ ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି: ମୁତୟନ କଲା ନୌସେନା ଜାହାଜ, ବିମାନ ଚଳାଚଳ ୫୦% ହ୍ରାସ

Advertisment

ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ୁଛି। ପାକିସ୍ତାନୀ ସେନା ଭାରତର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ୁଛି। ପାକିସ୍ତାନୀ ସେନା ଭାରତର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

sscsc

Photograph: ( City Air News)

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ୁଛି। ପାକିସ୍ତାନୀ ସେନା ଭାରତର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ପାକିସ୍ତାନୀ ନୌସେନାର ଜାହାଜ ଯଥା ଏହାର ଫ୍ରିଗେଟ୍ ଓ ବୁଡ଼ାଜାହାଜ ସମୁଦ୍ରରେ ଥିବା ନିଜ ନିଜ ବନ୍ଦରରେ ମୁତୟନ ହୋଇ ସାରିଛନ୍ତି। ଇତିମଧ୍ୟରେ ପାକିସ୍ତାନ ବାୟୁସେନା ବିମାନ ଚଳାଚଳକୁ ୫୦ ପ୍ରତିଶତରୁ ଅଧିକ ହ୍ରାସ କରିଛି ଏବଂ ଆକାଶମାର୍ଗରେ ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ କେବଳ ଅତ୍ୟାବଶ୍ୟକ ଅପରେସନ୍ କରାଯାଉଛି।

ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ଗତରାତି ୨ଟାରେ ପାକିସ୍ତାନ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ ରହିବାକୁ କହିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛି ବୋଲି ପାକିସ୍ତାନ ଅଧିକାରୀ ରାତି ଅଧରେ ଡକାଯାଇଥିବା ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ଚେତାବନୀ ଦେଇ କହିଥିଲେ, ଯଦି ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ପାକିସ୍ତାନ ଯେକୌଣସି ଉପାୟରେ ନିଜର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ରକ୍ଷା କରିବ। ଯଦି ଭାରତ ପାକିସ୍ତାନ ଉପରେ ଯୁଦ୍ଧ ଲଦିବାକୁ ଚେଷ୍ଟା କରେ, ତା’ହେଲେ ବିନାଶକାରୀ ପରିଣାମ ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ। ପହଲଗାମ ହତ୍ୟାକାଣ୍ଡରେ ପାକିସ୍ତାନର ସମ୍ପୃକ୍ତି ନେଇ ଭାରତ କୌଣସି ପ୍ରମାଣ ପ୍ରଦାନ କରିନାହିଁ ବୋଲି ଦାବି କରି ପାକ୍‌ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସେନା ଭିତ୍ତିହୀନ ଓ ମନଗଢ଼ା ଅଭିଯୋଗ ଆଧାରରେ ଆକ୍ରମଣ ଯୋଜନା କରୁଛି। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନିକମାନେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସୈନିକମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିବା ବେଳେ ତରାର ଏହି ଦାବି କରିଛନ୍ତି। 

ଆକାଶମାର୍ଗ ଉପରେ କଟକଣା
ପିଓକେରେ ଅଧିକ ସୈନ୍ୟ, ଯୁଦ୍ଧାସ୍ତ୍ର ମୁତୟନ

ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ମଧ୍ୟ ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ଚେତାବନୀ ଦେଇଥିଲେ। ସ୍ଥାନୀୟ ସଂସ୍ଥା ଜିଓ ନ୍ୟୁଜକୁ ଆସିଫ୍ କହିଛନ୍ତି, ଯଦି କିଛି ହେବାର ଅଛି, ତାହା ଦୁଇ ତିନି ଦିନ ମଧ୍ୟରେ ହୋଇଯିବ। ପହଲଗାମ ଆକ୍ରମଣରେ ଭାରତର ସାମରିକ ଜବାବର ପଦ୍ଧତି, ଟାର୍ଗେଟ୍ ଓ ସମୟ ନିର୍ଦ୍ଧାରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀକୁ ମୁକ୍ତ ସୁଯୋଗ ଦେବାର କିଛି ଘଣ୍ଟା ପରେ ତରାର ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅନ୍ୟପକ୍ଷରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ପହଲଗାମ୍ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ଭିତ୍ତିହୀନ ଭାରତୀୟ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛି ଏବଂ ପହଲଗାମ ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ କରୁଛି। ଆଜି ପିଓକେରେ ପାକ୍‌ ସେନା ଅଧିକ ସଂଖ୍ୟାରେ ଯବାନ ମୁତୟନ ବଢ଼ାଇବା ସହ ସହ ଭାରୀ ଯୁଦ୍ଧାସ୍ତ୍ର ସଂଖ୍ୟା ମଧ୍ୟ ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe