ଟିକସ ବାବଦରେ ଆୟକର ବିଭାଗକୁ ୬୦ ଲକ୍ଷ ଟଙ୍କା ଦେଲେ ପକୋଡ଼ି ବିକ୍ରେତା

ଟିକସ ବାବଦରେ ଆୟକର ବିଭାଗକୁ ୬୦ ଲକ୍ଷ ଟଙ୍କା ଦେଲେ ପକୋଡ଼ି ବିକ୍ରେତା

ଲୁଧିଆନା: ଗୁରୁବାର ଦିନ ତମାମ ସର୍ଭେ କରାଯିବା ପରେ ଶୁକ୍ରବାର ସକାଳେ, ପାନ୍ନା ସିଂହ ନାମକ ଜଣେ ପକୋଡ଼ିବାଲା ଆୟକର ବିଭାଗକୁ ୬୦ ଲକ୍ଷ ଟଙ୍କା ଦେଇଛନ୍ତି। ନିଜର ପ୍ରକୃତ ଆୟ ଲୁଚାଉଛି ବୋଲି ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ପକୋଡ଼ିବାଲାର ଗିଲ୍‌ ରୋଡ୍‌ ଏବଂ ମଡେଲ୍‌ ଟାଉନ୍‌ ଠାରେ ଥିବା ଦୁଇଟି ଦୋକାନ ଉପରେ ଆୟକର ବିଭାଗ ସର୍ଭେ କରିଥିଲା।

ଗରୁବାର ତମାମ ଉଭୟ ଦୋକାନର କ୍ୟାସ୍‌ କାଉଣ୍ଟର୍‌ରେ ଜଣେ ଲେଖାଏଁ ଅଫିସର୍‌ଙ୍କୁ ମୁତୟନ କରିବା ସହ ଦୋକାନର ଆର୍ଥିକ ରେକର୍ଡ ମଧ୍ୟ ଯାଞ୍ଚ କରିଥିଲା ଆୟକର ବିଭାଗ। ଦୈନିକ ବିକ୍ରୟକୁ ଆଧାର କରି ଆୟକର ବିଭାଗ ବାର୍ଷିକ ଟିକସ ହିସାବ କରିବା ପରେ ପକୋଡ଼ିବାଲା ରିଟର୍ଣ୍ଣ କରୁଥିବା ଆୟକର ସହ ତୁଳନା କରିଥିଲେ। ପରବର୍ତ୍ତୀ ଫଳାଫଳ କ’ଣ ହେଲା ସେ ସମ୍ପର୍କରେ ଆୟକର ବିଭାଗ ଚୁପ୍‌ ରହିଥିଲେ ମଧ୍ୟ ଦୋକାନ ମାଲିକ ଦେବ ରାଜ କହନ୍ତି ଯେ ଲୁଚାଇ ଥିବା ଆୟ ଉପରେ ସେ ଆୟକର ବିଭାଗକୁ ୬୦ ଲକ୍ଷ ଟଙ୍କା ଦେଇଛନ୍ତି।

୧୯୫୨ ମସିହାରେ ସ୍ୱର୍ଗତ ପାନ୍ନା ସିଂହଙ୍କ ଦ୍ୱାରା ଗିଲ୍‌ ରୋଡ୍‌ ସଂସ୍ଥାପିତ ଛୋଟିଆ ପକୋଡ଼ି ଦୋକାନ ପନୀର ପକୋଡ଼ା ଏବଂ ଦହି ଭଲ୍ଲା ପାଇଁ କେବଳ ପଞ୍ଜାବ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଘରେ ଘରେ ପରିଚିତ। ନେତା, ଅମଲା, ପୁଲିସ ଓ ବ୍ୟବସାୟୀ ଭଳି ସବୁ ବର୍ଗର ଲୋକ ତାଙ୍କ ଦୋକାନରେ ପ୍ରସ୍ତୁତ ପକୋଡ଼ିକୁ ପ୍ରଶଂସା କରିନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe