www.indiatoday.in
ନୂଆଦିଲ୍ଲୀ: ସାପୁରଜି ପାଲୋନଜି ଗ୍ରୁପ୍ର ଅଧ୍ୟକ୍ଷ ପାଲୋନଜି ମିସ୍ତ୍ରୀଙ୍କର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ସାପୁରଜି ପାଲୋନଜି ଗ୍ରୁପ୍ ଦେଶର ଏକ ଜଣାଶୁଣା କମ୍ପାନି। ପାଲୋନଜି ଗ୍ରୁପ୍ର ଅଧ୍ୟକ୍ଷ ପାଲୋନଜି ମିସ୍ତ୍ରୀଙ୍କର ସୋମବାର-ମଙ୍ଗଳବାର ମଧ୍ୟରାତ୍ରରେ ରାତିରେ ସେ ଶୋଇଥିବା ଅବସ୍ଥାରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟାଟା ଗ୍ରୁପ୍ର ସେ ଥିଲେ ସର୍ବବୃହତ୍ତ ଅଂଶୀଦାର।
ତାଙ୍କ ମୃତ୍ୟୁ ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ‘ପାଲୋନଜି ମିସ୍ତ୍ରୀ, ଏକ ଯୁଗର ଅବସାନ। କାର୍ଯ୍ୟ କ୍ଷେତ୍ରରେ ତାଙ୍କ ଦକ୍ଷତା ଓ ଭଦ୍ରତା ଦେଖିବା ହେଉଛି ମୋ ଜୀବନର ସବୁଠାରୁ ବଡ଼ ଆନନ୍ଦମୟ ଅନୁଭବ। ତାଙ୍କ ପରିବାରବର୍ଗ ଓ ପ୍ରିୟଜନଙ୍କୁ ମୋର ସମବେଦନା।’
Follow Us