ଚୀନ୍‌ ସେନା ନିୟନ୍ତ୍ରଣରେ ପାନାମା କେନାଲ: ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ବିବାଦ

ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାନାମା କେନାଲକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି। ଏହା ଦୁନିଆର ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗ ଅଟେ। ଏହି କେନାଲ ଉପରେ ଚୀନ୍ ସୈନିକମାନଙ୍କର ନିୟନ୍ତ୍ରଣ ରହିଛି ବୋଲି ଟ୍ରମ୍ପ୍ ଦାବି କରିଛନ୍ତି। କେନାଲ ପ୍ରଶାସନ ଏହାକୁ ଅସ୍ୱୀକାର କରିଛନ୍ତି...

Panama Canal under Chinese military controlଳ Controversy over Trump's comments

Panama Canal under Chinese military controlଳ Controversy over Trump's comments Photograph: (Sambad.in)

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାନାମା କେନାଲ ଉପରେ ନିୟନ୍ତ୍ରଣ ବିଷୟରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଟ୍ରମ୍ପ୍ ଅଭିଯୋଗ କରିଛନ୍ତି ଯେ, ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଥିବା ଏହି କେନାଲକୁ ଚୀନ୍ ସୈନିକମାନେ ନିୟନ୍ତ୍ରଣ କରୁଛନ୍ତି। ଏହା ବ୍ୟତୀତ ଆମେରିକୀୟ ଜାହାଜରୁ ଅଧିକ ଭଡ଼ା ଆଦାୟ କରାଯାଉଛି ବୋଲି ସେ ଦାବି କରିଛନ୍ତି।

ସେ ଚେତାବନୀ ଦେଇଛନ୍ତି ଯେ, ରାଷ୍ଟ୍ରପତି ହେବା ପରେ ଯଦି ଭଡ଼ା ହ୍ରାସ ନହୁଏ, ତେବେ ସେ ଶୀଘ୍ର ଏବଂ କୌଣସି ପ୍ରଶ୍ନ ବିନା ଆମେରିକା ଏହି କେନାଲକୁ ନିୟନ୍ତ୍ରଣ କରିବ ବୋଲି ଦାବି କରିବେ। ବର୍ତ୍ତମାନ ଟ୍ରମ୍ପଙ୍କ ଦାବି ସମ୍ପର୍କରେ ପାନାମା କେନାଲର ପ୍ରଶାସକ ସତ୍ୟ ପ୍ରକାଶ କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ପାନାମା କେନାଲ ଆଡମିନିଷ୍ଟ୍ରେଟର ରିକୋର୍ଟ ଭାସ୍କେଜ ଏକ ସାକ୍ଷାତକାରରେ ଟ୍ରମ୍ପ୍‌ଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ, ଚୀନ୍ ଏହି କେନାଲକୁ ନିୟନ୍ତ୍ରଣ କରୁନାହିଁ। ସେ କହିଛନ୍ତି, କେନାଲର ଉଭୟ ମୁଣ୍ଡରେ ବନ୍ଦରରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ହଂକଂ କନ୍ସୋର୍ଟିୟମର ଏକ ଅଂଶ ଯାହା ୧୯୯୭ରେ ବିଡିଂ ପ୍ରକ୍ରିୟାରେ ଠିକା ହାସଲ କରିଥିଲେ।

ସେ କହିଛନ୍ତି, ଆମେରିକୀୟ ଏବଂ ତାଇୱାନ କମ୍ପାନୀଗୁଡିକ କେନାଲରେ ଥିବା ଅନ୍ୟ ବନ୍ଦରଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ସେ କେନାଲକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ ବଳ ପ୍ରୟୋଗ କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ।

ପାନାମାରେ ନିର୍ମିତ ପାନାନା କେନାଲର ଲମ୍ବ ୮୨ କିଲୋମିଟର। ଏହା କାରିବିଆନ୍ ସାଗରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରେ। ପୂର୍ବରୁ ଫ୍ରାନ୍ସ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ଶେଷରେ ଆମେରିକା ଏହାକୁ ୧୯୦୪ରୁ ୧୯୧୪ ମଧ୍ୟରେ ତିଆରି କଲା। ଏହା ପରେ ଆମେରିକୀୟ ସରକାର ଏହାକୁ ଅନେକ ଦଶନ୍ଧି ଧରି ନିୟନ୍ତ୍ରଣରେ ରଖିଥିଲେ। ପାନାମା ସେହି ସମୟରେ କଲମ୍ବିଆର ଏକ ଅଂଶ ଥିଲା।

ନ୍ୟୁୟର୍କ ଟାଇମ୍ସ  ରିପୋର୍ଟ ଅନୁଯାୟୀ, ଯେତେବେଳେ କଲମ୍ବିଆ ପ୍ରସ୍ତାବିତ କେନାଲ ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କଲା, ସେତେବେଳେ ଆମେରିକା ସରକାର ବିଦ୍ରୋହୀମାନଙ୍କୁ ସମର୍ଥନ କରିଥିଲେ। କଲମ୍ବିଆର ଉତ୍ତର ପ୍ରଦେଶଗୁଡିକ ପୃଥକ ହୋଇ ପାନାମା ଗଣତନ୍ତ୍ର ଗଠନ କଲେ। ଏହା ପରେ ଆମେରିକାର ନୌସେନା କଲମ୍ବିଆର ସୈନ୍ୟମାନଙ୍କୁ ବିଦ୍ରୋହକୁ ଦମନ କରିବାକୁ ବାରଣ କରିଥିଲା।

ଏକ ନୂତନ ଦେଶ ସୃଷ୍ଟି କରିବା ସତ୍ତ୍ବେ ୧୯୬୪ ମସିହାରେ ପାନାମା କେନାଲ ଉପରେ ଆମେରିକାର ନିୟନ୍ତ୍ରଣ ଯୋଗୁ ପାନାମାରେ ଆମେରିକୀୟ ବିରୋଧୀ ହିଂସା ଆରମ୍ଭ ହୋଇଥିଲା। ଆମେରିକା କେନାଲ ସମ୍ବନ୍ଧରେ ଏକ ନୂତନ ଚୁକ୍ତି କରିବାକୁ ବାଧ୍ୟ ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର ୧୯୭୭ରେ ପାନାମାର ନେତା ଓମାର ଇଫ୍ରେନ ଟୋରୀସଙ୍କ ସହ କାର୍ଟର-ଟୋରୀ ଚୁକ୍ତି ସ୍ୱାକ୍ଷର କରିଥିଲେ।

ଏହି ଚୁକ୍ତି ପାନାମା କେନାଲର ସ୍ଥାୟୀ ନିରପେକ୍ଷତାକୁ ନିଶ୍ଚିତ କରିଥିଲା। ୨୦୦୦ସୁଦ୍ଧା ଆମେରିକାକୁ କେନାଲ ଉପରେ ନିଜର ନିୟନ୍ତ୍ରଣ ତ୍ୟାଗ କରିବାକୁ ପଡିଥିଲା। ୧୯୯୯ରେ, ପାନାମା ଏହି କେନାଲକୁ ନିୟନ୍ତ୍ରଣ କରିଥିଲା ଏବଂ ସେବେଠାରୁ ଏହା ପାନାମା କେନାଲ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି।

ପାନାମା କେନାଲ ଆଡମିନିଷ୍ଟ୍ରେଟର ରିକୋର୍ଟ ଭାସ୍କେଜ କହିଛନ୍ତି ଯେ, ନିରପେକ୍ଷତା ଚୁକ୍ତି ଯୋଗୁ ଆମେରିକାର ପତାକାଥିବା ଜାହାଜକୁ ବିଶେଷ ସୁବିଧା ଦିଆଯାଇପାରିବ ନାହିଁ। ଗତ ମାସରେ ଟ୍ରମ୍ପଙ୍କ ବିବୃତି ନେଇ ପାନାମାର ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋ କହିଥିଲେ ଯେ, ପାନାମା କେନାଲର ପ୍ରତ୍ୟେକ ବର୍ଗ ମିଟର ଏବଂ ଏହାର ଆଖପାଖ ଅଞ୍ଚଳ ପାନାମାର ଅଟେ। ସେ ଆହୁରି ମଧ୍ୟ କହିଥିଲେ, ଯେ ଆମେରିକୀୟ ଜାହାଜଗୁଡ଼ିକ ଉପରୁ ଅଧିକ ଭଡ଼ା ଆଦାୟ କରାଯାଉନାହିଁ।

ଅଧିକ ପଢ଼ନ୍ତୁ: ବିଜେପିର କେଉଁ ଆଦର୍ଶ ଦଳ ଭାଙ୍ଗୁଛି: ସଞ୍ଜୟଙ୍କ ପ୍ରଶ୍ନ

ଟ୍ରମ୍ପ୍‌ଙ୍କ ଦାବିକୁ ବିରୋଧ କରି  ସେ କହିଛନ୍ତି ଚୀନ୍ ସୈନ୍ୟମାନେ ପାନାମା କେନାଲକୁ ନିୟନ୍ତ୍ରଣ କରନ୍ତି ନାହିଁ। ରାଷ୍ଟ୍ରପତି ମୁଲିନୋ କହିଛନ୍ତି, ପାନାମା କେନାଲରେ ଚୀନ୍ ସୈନିକ ନାହାନ୍ତି। ଦୁନିଆର ପ୍ରତ୍ୟେକ ଦେଶ କେନାଲ ବ୍ୟବହାର କରିବାକୁ ସ୍ବତନ୍ତ୍ର। ତେବେ, ହଂକଂ ଭିତ୍ତିକ କମ୍ପାନୀ ସିକେ ହୁଚିସନ ହୋଲ୍ଡିଂସ୍ କେନାଲର ପ୍ରବେଶ ପଥରେ ଦୁଇଟି ବନ୍ଦର ପରିଚାଳନା କରୁଛି।

ବିଶେଷଜ୍ଞମାନେ କହିଛନ୍ତି ଯେ,ଏହା ଆମେରିକା ପାଇଁ ସୁରକ୍ଷା ଚିନ୍ତା ବଢ଼ାଉଛି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ୱାଶିଂଟନ୍ ସ୍ଥିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଏବଂ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ର ଆମେରିକୀୟ ପ୍ରୋଗ୍ରାମର ନିର୍ଦ୍ଦେଶକ ରିୟାନ୍ ସି ବର୍ଗ କହିଛନ୍ତି, ପାନାମା କେନାଲ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜରେ ସି.କେ ହୁଚିସନ ପାଖରେ ତଥ୍ୟ ଥାଇପାରେ। ଚୀନ୍ ଏହାର ପରିବହନ ଏବଂ ସାମୁଦ୍ରିକ କାର୍ଯ୍ୟକଳାପ ମାଧ୍ୟମରେ ଗୁପ୍ତଚରୀ କରି ତଥ୍ୟ ସଂଗ୍ରହ କରିପାରିବ। 

ଚୀନ୍ କହିଛି ଯେ, ସବୁବେଳେ ପାନାମା କେନାଲ ଉପରେ ପାନାମାର ସାର୍ବଭୌତ୍ୱକୁ ସମ୍ମାନ ଦେବ। ଆମେରିକା ପରେ ଚୀନ୍ ପାନାମାର ଦ୍ୱିତୀୟ ବୃହତ୍ତମ ବ୍ୟବହାରକାରୀ।

ଅଧିକ ପଢ଼ନ୍ତୁ:ମୋଦୀ ସରକାରଙ୍କୁ ଘେରିଲେ ମଣିଶଙ୍କର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe