ମିଆଁମାରରେ ପଣବନ୍ଦୀ ଭାରତୀୟଙ୍କୁ ହତ୍ୟା ଭୟ ଘାରିଛି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଲେ

Advertisment
ମିଆଁମାରରେ ପଣବନ୍ଦୀ ଭାରତୀୟଙ୍କୁ ହତ୍ୟା ଭୟ ଘାରିଛି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଲେ

Indiatimes.com

କୋଚି/ହାଇଦ୍ରାବାଦ : ମିଆଁମାରରେ ପଣବନ୍ଦୀ ଥିବା ୩୦୦ ଭାରତୀୟଙ୍କ ମଧ୍ୟରୁ କେରଳର ପ୍ରାୟ ୩୦ ଜଣଙ୍କୁ ହତ୍ୟା ଭୟ ଘାରିଛି। ମ୍ୟାୱାଡିସ୍ଥିତ ଏକ କମ୍ପ୍ଲେକ୍ସରେ ସେମାନଙ୍କୁ ସାଇବର ଅପରାଧୀ ଭାବେ ଖଟାଯାଉଛି। ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏପରିକି ଯଦି ସେମାନେ ସାଇବର ଅପରାଧୀଭାବେ କାର୍ଯ୍ୟ କରିବାକୁ ମନା କରୁଛନ୍ତି ତାହେଲେ ସେମାନଙ୍କୁ ବିଦ୍ୟୁତ ଆଘାତ ଦିଆଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ଲାଗି ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

‌କେରଳର ଜଣେ ଅପହୃତ ବ୍ୟକ୍ତି କହିଛନ୍ତି ଉକ୍ତ କ୍ୟାମ୍ପଟି ଉଚ୍ଚ ପାଚେରି ମଧ୍ୟରେ ରହିଛି। ଅତ୍ୟାଧୁନିକ ବନ୍ଧୁକଧାରୀମାନେ ସେଠାରେ ପହରା ଦେଉଛନ୍ତି। ଅପହୃତ ବ୍ୟକ୍ତିମାନଙ୍କୁ ବିନା ପାରିଶ୍ରମିକରେ ୧୬ ଘଣ୍ଟା କାମ କରିବାକୁ କୁହାଯାଉଛି। ସେମାନଙ୍କୁ ଅତ୍ୟାଚାର କରାଯିବା ସହିତ ଖାଇବାକୁ ମଧ୍ୟ ଭଲ ଖାଦ୍ୟ ଦିଆଯାଉନାହିଁ। ସେମାନଙ୍କ ପାସପୋର୍ଟ ମଧ୍ୟ ନେଇଯାଇଛନ୍ତି ଏବଂ ଫୋନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। କିନ୍ତୁ କିଛି ବ୍ୟକ୍ତି ସେମାନଙ୍କ ଜୀବନକୁ ବାଜି ଲଗାଇ ଗଣମାଧ୍ୟମ ନିକଟରେ ସୂଚନା ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe