ଯେଉଁମାନେ ଏବେ ଆନ୍ଦୋଳନ କରୁଛନ୍ତି, ସେମାନେ ସେତେବେଳେ କୁଆଡ଼େ ଥିଲେ?

Advertisment

ନୂଆ ସରକାରଙ୍କ ବର୍ଷ  ପୂର୍ତ୍ତି ପାଳନକୁ କାଉଣ୍ଟର୍‌ କରିଛି ବିଜୁ ଜନତା ଦଳ (ବିଜେଡି)। ସରକାରଙ୍କ ବର୍ଷ  ପୂର୍ତ୍ତି ମାଷ୍ଟର କ୍ୟାଣ୍ଟିନରେ ବିଜେଡ଼ି ତରଫରୁ ପାଳନକୁ ଜୋରଦାର୍ ପ୍ରତିବାଦ କରଯାଉଛି। ଯାହାର ଜବାବ ଦେଇଛନ୍ତି ପଞ୍ଜାୟତରାଜ୍‌ ମନ୍ତ୍ରୀ।

ନୂଆ ସରକାରଙ୍କ ବର୍ଷ  ପୂର୍ତ୍ତି ପାଳନକୁ କାଉଣ୍ଟର୍‌ କରିଛି ବିଜୁ ଜନତା ଦଳ (ବିଜେଡି)। ସରକାରଙ୍କ ବର୍ଷ  ପୂର୍ତ୍ତି ମାଷ୍ଟର କ୍ୟାଣ୍ଟିନରେ ବିଜେଡ଼ି ତରଫରୁ ପାଳନକୁ ଜୋରଦାର୍ ପ୍ରତିବାଦ କରଯାଉଛି। ଯାହାର ଜବାବ ଦେଇଛନ୍ତି ପଞ୍ଜାୟତରାଜ୍‌ ମନ୍ତ୍ରୀ।

gdxjfhc

ଭୁବନେଶ୍ବର: ନୂଆ ସରକାରଙ୍କ ବର୍ଷ  ପୂର୍ତ୍ତି ପାଳନକୁ କାଉଣ୍ଟର୍‌ କରିଛି ବିଜୁ ଜନତା ଦଳ (ବିଜେଡି)। ସରକାରଙ୍କ ବର୍ଷ  ପୂର୍ତ୍ତି ମାଷ୍ଟର କ୍ୟାଣ୍ଟିନରେ ବିଜେଡ଼ି ତରଫରୁ ପାଳନକୁ ଜୋରଦାର୍ ପ୍ରତିବାଦ କରଯାଉଛି। ବିଧାୟକ,  ସାଂସଦ ଓ ବିଭିନ୍ନ ମୋର୍ଚା ଆନ୍ଦୋଳନରେ ସାମିଲ ହୋଇ ପୋଷ୍ଟର ବ୍ଯାନର ଧରି ନାରାବାଜି କରିଛନ୍ତି। 

ଏପଟେ ବିଜେଡିର ଆନ୍ଦୋଳନକୁ କଡ଼ା କାଉଣ୍ଟର କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ‘‘ଯେଉଁମାନେ ଏବେ ଆନ୍ଦୋଳନ କରୁଛନ୍ତି, ସେମାନେ ସେତେବେଳେ ନେତୃତ୍ବ ନେଉଥିଲେ? ସେମାନଙ୍କ ସରକାର ସମୟରେ ସେମାନେ ଟେଣ୍ଟ ବାନ୍ଧୁ ଥିଲେ। ଓଡ଼ିଶାର ଲୋକଙ୍କ ପାଇଁ ଟେଣ୍ଟ ବାନ୍ଧୁନଥିଲେ। ଓଡ଼ିଶାର ବିକାଶ ପାଇଁ ଟେଣ୍ଟ ବାନ୍ଧୁ ଥିଲେ କି ? ତାଲିବାନୀ ଲୋକ ପାଇଁ ଟେଣ୍ଟ ବାନ୍ଧୁ ଥିଲେ। ଯେଉଁ ତାଲିବାନୀ ଲୋକ ଆମକୁ ଦୀର୍ଘ ସମୟ ଧରି ଲୁଣ୍ଠନ କରିଛନ୍ତି। ସେମାନେ ସେତେବେଳେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ଏବେ ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଆମେ ଯାହା କହିଥିଲୁ, ତା ଠାରୁ ଅଧିକ କରିଛୁ। ଆଗାମୀ ସମୟ କହିବ କିଏ କାହାର। ୨୪ ବର୍ଷର ଶାସନ ଯିଏ କରିଥିଲେ, ସେମାନେ ଆଉ ଲୋକଙ୍କ ପାଖକୁ ଯାଇ ପାରିବେ ନାହିଁ। ଲୋକଙ୍କର ହୋଇପାରିବେ ନାହିଁ। ଆମେ ଯେଉଁ କଥା ଦେଇଥିଲୁ ପୂରଣ କରିଛୁ। ଯେଉଁମାନେ ୨୪ ବର୍ଷ ଧରି ଶାସନ କରିଥିଲେ, ସେମାନେ କଣ କରିଛନ୍ତି ଲୋକ ଜାଣିଛନ୍ତି। ଲୋକମାନେ କେମିତି ଜବାବ ଦେଲେ ବିଜେଡ଼ି ଜାଣି ପାରିଲା ନାହିଁ, ତାହା ହେଉଛି ୨୪ ବର୍ଷର ନମୂନା ।  ଡବଲ ଇଞ୍ଜିନ ସରକାର ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରୁଛି।’’
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe