ରାମ ରହିମ୍‌ଙ୍କୁ ଦୋଷୀ ସାବ୍ୟସ୍ତ ପରେ ଘଟିଥିବା ହିଂସାରେ ସଂପୃକ୍ତ ୧ ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

Advertisment
ରାମ ରହିମ୍‌ଙ୍କୁ ଦୋଷୀ ସାବ୍ୟସ୍ତ ପରେ ଘଟିଥିବା ହିଂସାରେ ସଂପୃକ୍ତ ୧ ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

ପଞ୍ଚକୁଲା (ହରିୟାନା): ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ଭଗବାନ ଗୁରୁମିତ ରାମ ରହିମ୍‌ ସିଂହ ଦୁଇଟି ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପରିଚାଳନାଧୀନ ଡେରା ସଚ୍ଚା ସୌଦାର ସମର୍ଥକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାପକ ହିଂସାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପଞ୍ଚକୁଲାର ଏକ ସ୍ଥାନୀୟ କୋର୍ଟ ଆଜି ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି।

publive-image

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ହରିୟାନା ପୁଲିସ୍‌ ଏହି ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ପ୍ରାୟ ୧,୦୦୦ରୁ ଅଧିକ ଡେରା ସଚ୍ଚା ସୌଦାର ସମର୍ଥକଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ପ୍ରାୟ ୨୦୦ରୁ ଅଧିକ ଅଭିଯୋଗ ଫର୍ଦ୍ଦ କୋର୍ଟରେ ବିଚାର ପାଇଁ ଦାଖଲ କରିଥିଲା। ତେବେ, ଏହି ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଆଗତ ଅଭିଯୋଗ ଫର୍ଦ୍ଦର ବିଚାର କରି ପଞ୍ଚକୁଲାର ଏକ ସ୍ଥାନୀୟ କୋର୍ଟର ବିଚାରପତି ସମସ୍ତ ଅଭିଯୁକ୍ତଙ୍କୁ ‘ପ୍ରମାଣ ଅଭାବ’ରୁ ଆଜି ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଗତବର୍ଷ ଅଗଷ୍ଟ ୨୫ ତାରିଖରେ ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ଭଗବାନ ତଥା ଗୁରୁମିତ ରାମ ରହିମ୍‌ ସିଂହ ଦୁଇଟି ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିବା ପରେ ତାଙ୍କର ସହସ୍ରାଧିକ ସମର୍ଥକ ପଞ୍ଚକୁଲା ଓ ସିର୍ସା ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟାଇବା ସହ ଜଳାପୋଡ଼ା କରିଥିଲେ। ଏଥିରେ ୩୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ସରକାରୀ ସଂପତ୍ତି ଜଳିପୋଡ଼ି ଭସ୍ମୀଭୂତ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe