କରୋନା ମହାମାରୀର ପ୍ରଭାବ ଆଗାମୀ କିଛି ଦଶନ୍ଧି ଧରି ଅନୁଭୂତ ହେବ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Advertisment
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୁଲ ନିଷ୍ପତ୍ତି ଯୋଗୁଁ ବିଶ୍ବ କରୋନା ମହାମାରୀର ସମ୍ମୁଖୀନ ହେଲା : ଅନ୍ତର୍ଜାତୀୟ ତଦନ୍ତ ରିପୋର୍ଟ

Image Courtesy of CNBC

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ଶହେ ବର୍ଷରେ ଥରେ ଆସିଥାଏ । ଏହି ମହାମାରୀର ପ୍ରଭାବ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେୟସସ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରିକାଳୀନ ବୈଠକ ଅବସରରେ ସେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଏହି ଭାଇରସ ସଂପର୍କରେ ଅନେକ ଅଜଣା କଥା ଜଣାପଡ଼ିଛି । ତେବେ ଏବେ ବି ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଛି ଓ ମଣିଷ ସମାଜ ପାଇଁ ବିପଦ ବଢିବଢିଚାଲିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଦେଶ ଭାବୁଥିଲେ ଯେ ଖରାପ ସମୟ କଟିଯାଇଛି । କିନ୍ତୁ ଏବେ ସେମାନେ ପୁଣି ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି । କେତେକ ଦେଶ ପ୍ରଥମେ କମ ପ୍ରଭାବିତ ଥିଲେ, କିନ୍ତୁ ଏବେ ସେସବୁ ଦେଶରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି ।
ସମଗ୍ର ବିଶ୍ୱରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୭୦ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୬ ଲକ୍ଷ ୭୦ ହଜାର ଟପିଯାଇଛି । ବିଶ୍ୱରେ ଆମେରିକା, ବ୍ରାଜିଲ, ଭାରତ, ଋଷିଆ, ବ୍ରିଟେନ ଆଦି ଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଦେଶରେ ଲକଡାଉନ ଯୋଗୁଁ ଅର୍ଥନୀତି ମଧ୍ୟ ଗୁରୁତରଭାବେ ପ୍ରଭାବିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe