ଜାପାନ‌ରେ ଆତଙ୍କ: ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି

Advertisment

ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ଥିବା ଏକ ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ସୁନାମୀ ନେଇ ସତର୍କ ସୂଚନା ଜାରି କରିଛି। ଭୂକମ୍ପ ଯୋଗୁଁ ଧନଜୀବନ ହାନି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ...

ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ଥିବା ଏକ ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ସୁନାମୀ ନେଇ ସତର୍କ ସୂଚନା ଜାରି କରିଛି। ଭୂକମ୍ପ ଯୋଗୁଁ ଧନଜୀବନ ହାନି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ...

2ananav

ଟୋକିଓ: ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣରେ ବହୁ ଦୂରରେ ଥିବା ଏକ   ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ମଙ୍ଗଳବାର ସୁନାମୀ  ନେଇ ସୂଚନା ଜାରି କରିଛି।  ସୁଦୂର ବେଳାଭୂମିରେ ଘଟିଥିବା ଏହି ଭୂକମ୍ପ ଯୋଗୁଁ ଧନଜୀବନ ହାନି ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ପ‌ାରିନାହିଁ।

ଜାପାନ ପାଣିପାଗ ବିଭାଗ (ଜେଏମଏ) କହିଛି ଯେ ମଙ୍ଗଳବାର ସକାଳେ ଇଜୁ ଦ୍ୱୀପ ଉପକୂଳରେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଏବଂ କିଛି ମିନିଟ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି।

ଏହି ଅଞ୍ଚଳରେ ଏକ ମିଟର ଉଚ୍ଚା ଜୁଆର ଉଠିବାର ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଜେଏମଏ ରିପୋର୍ଟ କରିଛି ଯେ ହାଚିଜୋ ଦ୍ୱୀପର ୟେନେ ଜିଲ୍ଲାରେ ପ୍ରାୟ ୫୦ ସେଣ୍ଟିମିଟର  ମାପ ବିଶିଷ୍ଟ ଏକ ସୁନାମି ଚିହ୍ନଟ ହୋଇଛି।

ଏଜେନ୍ସି କହିଛି ଯେ ଟୋକିଓର ଦକ୍ଷିଣରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ହାଚିଜୋ ଦ୍ୱୀପର ଦକ୍ଷିଣରେ ପ୍ରାୟ ୧୮୦କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି। ଜାପାନର ଏନଏଚକେ  ରାଜ୍ୟ ଟେଲିଭିଜନ ଚ୍ୟାନେଲ ଅନୁଯାୟୀ, ହାଚିଜୋ ଦ୍ୱୀପର ବାସିନ୍ଦା କହିଛନ୍ତି ଯେ ସେମାନେ ଭୂକମ୍ପ ଅନୁଭବ କରିନାହାନ୍ତି ଏବଂ କେବଳ ସୁନାମି ଚେତାବନୀ ଶୁଣିଛନ୍ତି।

ସୂଚନାଯୋଗ୍ୟ, ଜାପାନ 'ରିଙ୍ଗ ଅଫ୍ ଫାୟାର'ରେ ଅବସ୍ଥିତ । ଏହା ପ୍ରଶାନ୍ତ ମହାସାଗରର ଏକ କ୍ଷେତ୍ର ଯେଉଁଠାରେ ଭୂକମ୍ପ ହେବାର ଆଶଙ୍କା ଅଧିକ  ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe