ଜାଟ୍ ସମ୍ପ୍ରଦାୟର ତୀବ୍ର ବିରୋଧ ପରେ ଐତିହାସିକ ହିନ୍ଦୀ ସିନେମା ‘ପାନିପତ’ରୁ ବାଦ୍‌ ପଡ଼ିଲା ବିବାଦୀୟ ଦୃଶ୍ୟ

ଫିଲ୍ମ 'ପାନୀପଥ'କୁ ନେଇ ଜଳୁଛି ରାଜସ୍ଥାନ

Photo-ZeeNews

ଜୟପୁର: ରାଜସ୍ଥାନର ଜାଟ୍ ସମ୍ପ୍ରଦାୟର ତୀବ୍ର ବିରୋଧ ପରେ  ଐତିହାସିକ ହିନ୍ଦୀ ସିନେମା ‘ପାନିପତ’ରୁ ବିବାଦୀୟ ପ୍ରସଙ୍ଗକୁ ବାଦ୍ ଦିଆଯାଇଥିବା ଜଣାଯାଇଛି। ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଫିଲ୍ମରେ ଥିବା ୧୧ ମିନିଟର ଦୃଶ୍ୟ କାଟିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ‘ପାନିପତ’ରେ  ମହାରାଜା ସୁରଜମଲଙ୍କ ଉପରେ ଥିବା ବିବାଦୀୟ ଦୃଶ୍ୟଗୁଡ଼ିକୁ ବାଦ୍ ଦିଆଯାଇଛି। ଖାଲି ସେତିକି ନୁହେଁ, ବିବାଦୀୟ ଦୃଶ୍ୟଗୁଡ଼ିକୁ ବାଦ୍ ଦିଆଯିବା ପରେ ଫିଲ୍ମକୁ ନୂଆ ସେନସର୍ ପ୍ରମାଣପତ୍ର ମିଳିଥିବା ବି କୁହାଯାଉଛି।

ରାଜସ୍ଥାନର ଅତିରିକ୍ତ ଗୃହ ସଚିବ ରାଜୀବ ସ୍ୱରୂପ ଏସଂପର୍କରେ କହିଛନ୍ତି ଯେ ତାଙ୍କୁ ‘ପାନିପତ’ ସିନେମାର ବିତରକ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଜାଠ ସମ୍ପ୍ରଦାୟର ଏକ ପ୍ରତିନିଧି ମଣ୍ଡଳ ରାଜସ୍ଥାନର ଅତିରିକ୍ତ ଗୃହ ସଚିବ ରାଜୀବ ସ୍ୱରୂପଙ୍କୁ ଭେଟି ଫିଲ୍ମ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଦାବି କରିଥିଲେ | ଅନ୍ୟପଟେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସେନସର ବୋର୍ଡର ହସ୍ତକ୍ଷେପ ଦାବି କରିଥିଲେ । ପ୍ରକୃତ ଘଟଣା କ’ଣ ଓ ଏହାର ସମାଧାନ କିଭଳି କରାଯିବ, ସେ ଦାୟିତ୍ୱ ସେନସର ବୋର୍ଡ ନେଉ ବୋଲି ସେ ଦାବି କରିଥିଲେ।

NBT Image Source-Navbharattimes

ଐତିହାସିକ ହିନ୍ଦୀ ସିନେମା ‘ପାନିପତ’ରେ ଅର୍ଜୁନ କପୁର, କ୍ରତି ସାନନ୍ ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe