ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ପଞ୍ଜଶୀର ଉପରେ ‘ସ୍ମାର୍ଟ ବୋମା’ ବର୍ଷଣ: ରିପୋର୍ଟ

ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ପଞ୍ଜଶୀର ଉପରେ ‘ସ୍ମାର୍ଟ ବୋମା’ ବର୍ଷଣ: ରିପୋର୍ଟ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ଉପରେ ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ବୋମା ବର୍ଷଣ କରାଯାଇଥିବା କଥା ରବିବାର ଦିନ କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସମନଗନ୍‌ର ପୂର୍ବତନ ସାଂସଦ ଜିଆ ଅରିଆନଜାଦ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି ‘ଆମଜ ନିଉଜ୍‌’ ରିପୋର୍ଟ କରିଛି ଯେ, ପଞ୍ଜଶୀର ଉପରେ ପାକିସ୍ତାନୀ ଡ୍ରୋନ୍ ସବୁ ‘ସ୍ମାର୍ଟ ବୋମା’ ବର୍ଷଣ କରିଛନ୍ତି।

ରବିବାର ରାତିରେ ମଧ୍ୟ ରିପୋର୍ଟ ହୋଇଥିଲା କି, ପଞ୍ଜଶୀରରେ ତାଲିବାନ୍ ପ୍ରତିରୋଧ ଆନ୍ଦୋଳନର ନେତୃତ୍ବ ନେଉଥିବା ଅହମଦ୍‌ ମାସୌଦ୍‌ଙ୍କ ମୁଖପାତ୍ର ଫହୀମ୍ ଦସ୍ତୀ ଲଢ଼େଇରେ ନିହତ ହୋଇଛନ୍ତି। ଅହମଦ୍‌ ଶାହ ମାସୌଦଙ୍କ ପୁତୁରା ତଥା ପୂର୍ବତନ ଖ୍ୟାତନାମା ମୁଜାହିଦୀନ୍ କମାଣ୍ଡର୍‌ ଜେନେରାଲ୍‌ ସାହିବ୍‌ ଅବ୍ଦୁଲ୍‌ ୱଦୁଦ୍‌ ଜୋର୍‌ ମଧ୍ୟ ଏହି ଲଢ଼େଇରେ ନିହତ ହୋଇଥିବା କଥା ‘ଅସୱାକା ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

publive-image Image Courtesy of NDTV

‌‘ଫେସ୍‌ବୁକ୍‌ ପେଜ୍‌’ରେ ମଧ୍ୟ ବିବୃତି ଦେଇ ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍ସ୍‌ ଫ୍ରଣ୍ଟ୍‌ ଅଫ୍‌ ଆଫଗାନିସ୍ତାନ୍‌’ କହିଛି, ଗଭୀର ଉଦ୍‌ବେଗ ଓ ଦୁଃଖରେ ଜଣାଉଛୁ କି, ଆଜି ଆମେ ଦୁଇଜଣ ପ୍ରିୟ ଭ୍ରାତା ତଥା ସହକର୍ମୀ ତଥା ଲଢୁଆଙ୍କୁ ହରାଇଛୁ। ସେମାନେ ହେଉଛନ୍ତି, ଅମିର୍‌ ସାହେବ ଅହମଦ୍ ମାସୌଦ୍‌ଙ୍କ କାର୍ଯ୍ୟାଳୟର ମୁଖ୍ୟ ଫହୀମ୍‌ ଦସ୍ତୀ ଏବଂ ‘ଫାସିଷ୍ଟ୍‌ ଗ୍ରୁପ୍‌’ ବିରୋଧୀ ଲଢ଼େଇରେ ଆଫଗାନିସ୍ତାନର ଜାତୀୟ ବୀରଙ୍କ ପୁତୁରା ଜେନେରାଲ୍‌ ସାହିବ୍ ଅବ୍ଦୁଲ୍‌ ୱାଦୁଦ୍ ଜୋର୍। ସହିଦ ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ!

publive-image Image Courtesy of India Today

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଯୁଦ୍ଧରେ ବ୍ୟାପକ କ୍ଷତି ହେଉବାରୁ ପଞ୍ଜଶୀର ଉପତ୍ୟକାରେ ‘ରେଜିଷ୍ଟାନ୍ସ୍‌ ଫୋର୍ସ’ ତୁରନ୍ତ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଛି। ପଞ୍ଜଶୀରରୁ ତାଲିବାନ୍ ଅପସରି ଯାଆନ୍ତୁ ବୋଲି ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ ପ୍ରସ୍ତାବ ଦେଇଛି। ପ୍ରତିବଦଳରେ ସେମାନେ (ରେଜିଷ୍ଟାନ୍‌ସ୍‌ ଫୋର୍ସ) ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe