ପନ୍ନୁ ହତ୍ୟା ଷଡ଼୍‌ଯନ୍ତ୍ର ମାମଲା: ଏଫ୍‌ବିଆଇ ୱାଣ୍ଟେଡ୍‌ ବିକାଶ ଯାଦବ ୧୦ ମାସ ତଳେ ଗିରଫ ହୋଇଥିଲେ

Advertisment

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ଏଫ୍‌ବିଆଇର ୱାଣ୍ଟେଡ୍‌ ଲିଷ୍ଟ୍‌ରେ ଥିବା ବିକାଶ ଯାଦବଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଶାଖା ଗତ ୧୦ ମାସ ପୂର୍ବେ ହତ୍ୟା ଉଦ୍ୟମ ଏବଂ ଅପହରଣ ମାମଲାରେ ଗିରଫ କରିଥିଲା।

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ଏଫ୍‌ବିଆଇର ୱାଣ୍ଟେଡ୍‌ ଲିଷ୍ଟ୍‌ରେ ଥିବା ବିକାଶ ଯାଦବଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଶାଖା ଗତ ୧୦ ମାସ ପୂର୍ବେ ହତ୍ୟା ଉଦ୍ୟମ ଏବଂ ଅପହରଣ ମାମଲାରେ ଗିରଫ କରିଥିଲା।

hfkhfhfk

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ଏଫ୍‌ବିଆଇର ୱାଣ୍ଟେଡ୍‌ ଲିଷ୍ଟ୍‌ରେ ଥିବା ବିକାଶ ଯାଦବଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଶାଖା ଗତ ୧୦ ମାସ ପୂର୍ବେ ହତ୍ୟା ଉଦ୍ୟମ ଏବଂ ଅପହରଣ ମାମଲାରେ ଗିରଫ କରିଥିଲା। ବିକାଶ ଯାଦବଙ୍କ ବିରୋଧରେ ଅଭିଯୋଗ କରିଥିବା ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ଯୋଡ଼ିଛନ୍ତି। ୨୦୨୩ ଡିସେମ୍ବରରେ ରୁଜୁ ହୋଇଥିବା ଏହି ମାମଲାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଥିଲା।   ତେବେ ବିକାଶଙ୍କୁ ୨୦୨୪ ଏପ୍ରିଲରେ ଜାମିନ ମିଳିଥିଲା।   ଆମେରିକା ନ୍ୟାୟ ବିଭାଗ (ଡିପାର୍ଟମେଣ୍ଟ୍‌ ଅଫ୍‌ ଜଷ୍ଟିସ୍‌) ପନ୍ନୁ ହତ୍ୟା ଷଡ଼୍‌ଯନ୍ତ୍ର ମାମଲାରେ ବିକାଶଙ୍କୁ ଜଣେ ସହ ଷଡ଼୍‌ଯନ୍ତ୍ରକାରୀ ଦର୍ଶାଇ ମାମଲା ରୁଜୁ କରିଛି।

ଶୁକ୍ରବାର ଆମେରିକାର ଏଫ୍‌ବିଆଇ ପୂର୍ବତନ ଗୁଇନ୍ଦା ଅଧିକାରୀ ବିକାଶ ଯାଦବଙ୍କ ନାମ ଏବଂ ଫଟୋ ସହ ଏକ ପୋଷ୍ଟର ଜାରି  କରିଥିଲା। ୩୯ ବର୍ଷୀୟ ବିକାଶ ଯାଦବ ପନ୍ନୁ ହତ୍ୟା ଷଡ଼୍‌ଯନ୍ତ୍ର କରିଥିଲେ ବୋଲି ଆମେରିକା ଡିଓଜେ ଅଭିଯୋଗ କରିଛି। ବିକାଶ ଯାଦବଙ୍କୁ ଆମେରିକା ଡିଓଜେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଜଣେ ବରିଷ୍ଠ ଅଧିକାରୀ ଏବଂ  ସେ ମଧ୍ୟ ସିଆରପିଏଫ୍‌ରେ ଥିଲେ ବୋଲି ଦର୍ଶାଇଛି।  ତେବେ ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ଆମେରିକା ଏଫ୍‌ବିଆଇ ପୋଷ୍ଟର ଉପରେ ପ୍ରତିକ୍ରିୟା ରଖି କହିଛି ଯେ ବିକାଶ ଯାଦବଙ୍କୁ ଭାରତ ସରକାରଙ୍କ ଦ୍ବାରା ନିୟୋଜିତ କରାଯାଇନାହିଁ ଏବଂ ସେ ଦୀର୍ଘଦିନ ଧରି କୌଣସି ସରକାରୀ ସେବାରେ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe