ଭଗବନ୍ତ ମାନଙ୍କୁ ବୋମାରେ ଉଡ଼ାଇ ଦେବୁ : ପନ୍ନୁ

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହାପରେ ଭଗଓ୍ବନ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

mann

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହାପରେ ଭଗଓ୍ବନ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଜାନୁଆରୀ ୨୬ ରେ ଫରିଦକୋଟରେ ଏକ କାର୍ଯ୍ୟକ୍ରମରେ ଭଗବନ୍ତ ମାନ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏବେ ତାଙ୍କ ସ୍ଥାନରେ କ୍ୟାବିନେଟ୍ ମନ୍ତ୍ରୀ ବରିନ୍ଦର ଗୋୟଲଙ୍କୁ ପତାକା ଉତ୍ତୋଳନ ଦାୟିତ୍ୱ ଦିଆଯାଇଛି। ନିଷିଦ୍ଧ ଗୋଷ୍ଠୀ ଶିଖ୍ ଫର୍ ଜଷ୍ଟିସର ସଦ୍ୟତମ ଧମକ ପୂର୍ବରୁ ଗୁଇନ୍ଦା ଏଜେନ୍ସି ଭଗବନ୍ତ ମାନଙ୍କ ସୁରକ୍ଷା କୁ ନେଇ ସତର୍କ ସୂଚନା ଜାରି କରିଥିଲେ। ନିକଟ ଅତୀତରେ ପନ୍ନୁ କ୍ରମାଗତ ଭାବେ ଭାରତ ବିରୋଧରେ ବିଷୋଦଗାର କରିଚାଲିଛନ୍ତି ।

ତେବେ ପନ୍ନୁର ନୂଆ ଧମକ ଆସିବା ପରେ ପଞ୍ଜାବ ପୁଲିସ ସତର୍କ ହୋଇଯାଇଛି । ଗୁଇନ୍ଦା ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି । ଫଳରେ ସାଧାରଣତନ୍ତ୍ର ଦିବସରେ ଫରିଦକୋଟରେ ଜାତୀୟ ପତାକା ଉତ୍ତୋଳନ କରିବେ ନାହିଁ । ଏହା ବଦଳରେ କ୍ୟାବିନେଟ୍ ମନ୍ତ୍ରୀ ବରିନ୍ଦର ଗୋଏଲ ଜାନୁଆରି ୨୬ତାରିଖରେ ଜିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଫରିଦକୋଟ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିଲା। ପ୍ରଧାନମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ଏବଂ ଫରିଦକୋଟସ୍ଥିତ ବାବା ଫରିଦ୍ ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସ ଆଣ୍ଡ ସିଭିଲ ହସ୍ପିଟାଲରେ ନୂତନ କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପଞ୍ଜାବର ଦ୍ୱିତୀୟ କ୍ରୀଡ଼ା ବିଦ୍ୟାଳୟ ଥିଲା, ଯାହା ଜୁନ୍ଦ ସାହିବରେ ନିର୍ମାଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe