ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବିହାରର ପୁର୍ଣ୍ଣିୟା ସାଂସଦ ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦୁଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଦବଙ୍କ ଭାଣିଜୀଙ୍କ ନାମ ଡାକ୍ତର ସୋନି ଯାଦବ।
ସୂଚନାଯୋଗ୍ୟ, ଅରରିଆ ଜିଲ୍ଲାର ଡାକ୍ତର ସୋନି ଯାଦବ ତାଙ୍କ ପିଉସୀ, ଜଣେ ଆସିଷ୍ଟାଣ୍ଟଙ୍କ ସହିତ ପ୍ରୟାଗରାଜର ମହାକୁମ୍ଭକୁ ବୁଲିବାକୁ ଯାଇଥିଲେ। ଖୁବ ଖୁସିରେ ମହାକୁମ୍ଭରେ ଗଙ୍ଗାରେ ସ୍ନାନ କରିବା ପରେ ସେ ବିହାର ଅଭିମୁଖେ ଫେରୁଥିଲେ।
ଏହି ସମୟରେ ଗାଜିପୁର ବିରନୋ ଥାନା ନିକଟରେ ସୋନି ଯାଦବଙ୍କ କାର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି କାରର ସାମ୍ନା ପାର୍ଶ୍ବ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ କାର ଭିତରେ ବସିଥିବା ୪ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା।
ମୃତକଙ୍କ ମଧ୍ୟରେ ଡାକ୍ତର ସୋନି ଯାଦବ, ଚାଳକ ସଲାଉଦ୍ଦିନ, ସୋନି ଯାଦବଙ୍କ ପିଉସୀ ଓ ଏମଆର ଅରବିନ୍ଦ ଯାଦବ ସାମିଲ ଅଛନ୍ତି।
Follow Us