Free Press Journal
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରା ସୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ସୁଟର ଶ୍ରୀହର୍ଷ ଦେବରାଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ‘ ସ୍ୱର୍ଣ୍ଣ ଜିତି ଥିବା ଶ୍ରୀହର୍ଷ ଦେବରାଦୀଙ୍କ ପାଇଁ ଗର୍ବିତ । ତାଙ୍କର ନିଷ୍ଠା ପ୍ରକୃତରେ ପ୍ରେରଣାଦାୟକ। ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା।’ ସେହି ଭଳି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫ୍ରାନ୍ସରେ ରେକର୍ଡ ସ୍କୋର ସହ ପାରା ସୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ପାଇଁ ଭାରତୀୟ ସୁଟର ଅଭନୀ ଲେଖରାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
Follow Us