ପାରୀଦୀପ: ଶିଳ୍ପାଞ୍ଚଳ ପାରାଦୀପରେ ଯେଉଁ ସମ୍ଭାବନା ଅଛି, ତାହା ଆଗାମୀ ଦିନରେ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ। ‘ପୂର୍ବୋଦୟ ମିସନ’ରେ ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନମଣ୍ଡଳୀରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଖବର ପଢ଼ନ୍ତୁ: ପୁଣି ଦୁର୍ନୀତି ଅଭିଯୋଗ ଆଣି ଏନ୍ଏସିରେ ପହଞ୍ଚିଲେ ୯ କାଉନସିଲର
/sambad/media/media_files/2024/12/23/gfejiycakaepnfr.jpg)
ଜଗତସିଂହପୁର ଜିଲ୍ଲାର ପାରାଦୀପ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲାରେ ଓଡ଼ିଆ ସଂସ୍କୃତିର ପବିତ୍ର ପୀଠସ୍ଥଳ ମାଆ ସାରଳା ପୂଜା ପାଉଛନ୍ତି। ଓଡ଼ିଆ ଭାଷାର ଆଦିକବି ସାରଳା ଦାସ ଏହିଠାରୁ ଓଡ଼ିଆ ମହାଭାରତ ରଚନା କରିଛନ୍ତି। ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ ଭାବେ ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି।
-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସେହିପରି ପୂର୍ବ-ଭାରତର ତ୍ୱରିତ୍ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’। ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡ଼ିଶାର ବିକାଶ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ପାରାଦ୍ୱୀପ ହେଉଛି ଏକ ‘ବିକାଶ ଦ୍ୱୀପ’। ବିନା ପାରାଦୀପର ବିକାଶରେ ଓଡ଼ିଶା ଓ ଭାରତ ବିକଶିତ ହେବ ନାହିଁ। ପାରାଦୀପ ବନ୍ଦର କ୍ରମାଗତ ଭାବେ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ପାଇବା ଆମ ଓଡ଼ିଶାର ଶିଳ୍ପ ଜଗତ ପାଇଁ ବଡ ଉପଲବ୍ଧି।
ଏହି ଖବର ପଢ଼ନ୍ତୁ: କନିଷ୍ଠ ଶିକ୍ଷକ ପଦବି ପୂରଣ ପ୍ରସଙ୍ଗ: ୨ୟ ତାଲିକା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ସେ ଆହୁରି କହିଛନ୍ତି ଯେ ଦେଶରେ ଇଣ୍ଡିଆନ ଅଏଲର ଏକ ବଡ଼ ପୁଞ୍ଜିନିବେଶ ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ। ଏହାକୁ ବାଜପେୟୀ ଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପରେ ଜଣେ ସାଧାରଣ ଓଡ଼ିଆ ଭାବରେ ଧର୍ମପଦ ଭାବରେ ଯୋଗଦାନ ଦେବା ସମୟରେ ମୁଁ ଅଟଳଜୀଙ୍କର ମହାନ ଦୂରଦୃଷ୍ଟିକୁ କଳ୍ପନା କରିପାରିଥିଲି। ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆଗାମୀ ଦିନରେ ପାରାଦୀପରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ଏଠାରେ ଭାଇଚାରା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି ହେବ। ଡବଲ ଇଞ୍ଜିନ ସରକାରରେ ପାରାଦୀପ ‘ପୂର୍ବୋଦୟ ମିଶନ’ ଓ ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ।
/sambad/media/media_files/2024/12/23/gfeji1yaoaasn1f.jpg)
ଏହି ଖବର ପଢ଼ନ୍ତୁ: ବିବାହ କରି ପୁରୁଷଙ୍କୁ ଲୁଟୁଥିଲେ ମହିଳା, ଧନୀ ଯୁବକଙ୍କୁ କରୁଥିଲେ ଟାର୍ଗେଟ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିକଟରେ ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ୪,୩୮୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି। ଇଣ୍ଡିଆନ ଅଏଲ ଓ ଏମସିପିଆଇ ପ୍ରାଇଭେଟ ଲିମିଟେଡର ମିଳିତ ସହଭାଗୀତାରେ ଏହି ବୟନ ପାର୍କ ପ୍ରତିଷ୍ଠା ହେବ। ଏହି ପଦକ୍ଷେପ ଦ୍ୱାରା ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଭିତ୍ତିଭୂମି ସୁଦୃଢ ହେବ। ରାଜ୍ୟର ଅର୍ଥନୀତି ମଜଭୂତ୍ ହେବା ସହ ଯୁବକ ଯୁବତୀଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପୂର୍ବ ସରକାର ସହଯୋଗ କରିନଥିଲେ। ମାତ୍ର ଏବେ ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଯୁବକମାନେ ବଡବଡ ଶିଳ୍ପ କାରଖାନାର ମାଲିକ ହେବେ। ଏଠାରେ ଆଗାମୀ ଦିନରେ ପେଟ୍ରୋକେମିକାଲ କମ୍ପଲେକ୍ସ ତିଆରି ହେବ। ତିର୍ତ୍ତୋଲ ପାଖରେ ବନ୍ଦ ହୋଇ ପଡିଥିବା ସୂତାକଳର ପୁନରୁଦ୍ଧାର ହେବ।
ଏହି ଖବର ପଢ଼ନ୍ତୁ: ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସରକାରୀ ସୁବିଧା କେବଳ ସରକାରୀ ଦଳର ନେତା ଏବଂ ସେମାନଙ୍କର ସମର୍ଥକଙ୍କୁ ମିଳିବାର ସମୟ ଶେଷ ହୋଇଛି। ବିଜେପିର ଡବଲ ଇଞ୍ଜିନ ସରକାରରେ ଗରିବ, ମହିଳା, ଯୁବ, ଚାଷୀ, ପଛୁଆ ଏବଂ ଜନଜାତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ନିୟମ ଆଇନ ପରିଧିରେ ଶାସନ ଚାଲୁଛି। ଆମ ସରକାରରେ ସବୁ ବର୍ଗର ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରାଥମିକତା ଦିଆଯାଇଛି। ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏହି ନିର୍ବାଚନମଣ୍ଡଳୀରେ ଦଳକୁ ଆହୁରି ମଜଭୂତ୍ କରିବା ସହ ଅନେକ ଲୋକଙ୍କୁ ସଦସ୍ୟତା ଅଭିଯାନରେ ଯୋଡିବା ପାଇଁ ପଡ଼ିବ । ଲୋକଙ୍କ ପାଇଁ ଓ ଲୋକଙ୍କ ହିତରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/23/d1c59b6e-6086-497c-8d25-d3c7e4787abb.jpg)