ପରମବୀର ସିଂହଙ୍କ ଆରୋପ ପରେ ସଫେଇ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ; ଏତଲା ନଲେଖାଇ ବର୍ଷେ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ

Advertisment

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ନେଇ ଆଲୋଚନା କରାଯିବ: ଶରଦ ପାୱାର

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ନେଇ ଆଲୋଚନା କରାଯିବ: ଶରଦ ପାୱାର

ପରମବୀର ସିଂହଙ୍କ ଆରୋପ ପରେ ସଫେଇ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ; ଏତଲା ନଲେଖାଇ ବର୍ଷେ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ

indiatoday

ନୂଆଦିଲ୍ଲୀ: ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା ସହ ଗାଡ଼ି ମାଲିକ ମନସୁଖ ହିରେନଙ୍କୁ ହତ୍ୟା କରିିବା ଅଭିିଯୋଗରେ ଏନଆଇଏ ଗିରଫ କରିଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସରେ ୧୦୦କୋଟି ଟଙ୍କା ସଂଗ୍ରହ କରି ଦେବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିବା ଭଳି ଗମ୍ଭୀର ଆରୋପ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ। ଆଜି ଏନେଇ ନିଜର ସଫେଇ ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ।

ତାଙ୍କ କହିବା ମୁତାବକ, ଯଦି ଏତେ ବଡ଼ କଥା ପରମବୀର ସିଂହ ଜାଣିଥିଲେ ତେବେ ସେ କାହିଁକି ଏତଲା ନଲେଖାଇ ଚୁପ ହୋଇ ବସିଥିଲେ। ଏଭଳି ଘଟଣା ଘଟୁଥିବା ବେଳେ ସେ ମୁମ୍ବାଇର ପୁଲିସ କମିସନର ଥିଲେ। ଏତେ ବଡ଼ ପଦବୀରେ ରହି ମଧ୍ୟ ସେ ସେତେବେଳେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଆଜି ତାଙ୍କୁ ମୁମ୍ବାଇର ପୁଲିସ କମିସନର ପଦରୁ ହଟାଇଦିଆଯିବା ପରେ ସେ ମୁହଁ ଖୋଲିଛନ୍ତି।

Sharad Pawar on Anil Deshmukh resignation indiatoday

ଅନ୍ୟ ପକ୍ଷରେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଇସ୍ତଫା ମଗାଯିବ କି ନାହିଁ ଏହା ଉପରେ ଆଲୋଚନା ହେବ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେବେ। ମୋ ଦଳର ନେତାମାନେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ମୋତେ ଭେଟିବାକୁ ଆସୁଛନ୍ତି। ମୁଁ ଶିବସେନା କିମ୍ବା କଂଗ୍ରେସ ସହିତ କଥା ହୋଇ ନାହିଁ। ମୁଁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ସହ କଥା ହୋଇଛି। ଆମେ ସମସ୍ତ ବିକଳ୍ପ ସହ ତାଙ୍କ ଇସ୍ତଫା ଉପରେ ମଧ୍ୟ ଆଲୋଚନା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe