Image Courtesy of India Today
ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହ ଆଜି ମୁମ୍ବାଇରେ ପହଞ୍ଚି ତାଙ୍କ ବିରୋଧରେ ଆଗତ ବଟି ଆଦାୟ ମାମଲା ତଦନ୍ତରେ ଯୋଗ ଦେଇଛନ୍ତି। ବିମାନ ଯୋଗେ ଚଣ୍ଡୀଗଡ଼ରୁ ଆସି କ୍ରାଇମ୍ ବ୍ରାଞ୍ଚ୍ ଅଫିସ୍ରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ବିଚାର ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି।
ସେ କହିଛନ୍ତି, ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ଅନୁସାରେ ତଦନ୍ତରେ ଯୋଗ ଦେବାକୁ ମୁଁ ଏଠାରେ ଉପସ୍ଥିତ ହୋଇଛି। ଏବେ ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁନାହିଁ।
ଆଗତ ବଟି ଆଦାୟ ମାମଲାରେ ନଭେମ୍ବର ୨୨ ତାରିଖ ଦିନ ସୁପ୍ରିମ୍ କୋର୍ଟ ପରମବୀର ସିଂହଙ୍କୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିବା ସହ ତଦନ୍ତରେ ଯୋଗ ଦେବାକୁ ମଧ୍ୟ କହିଥିଲେ।
Image Courtesy of NDTVଏହା ପୂର୍ବ ଆବେଦନରେ ସୁପ୍ରିମ୍ କୋର୍ଟ କହିଥିଲେ କି, ପରମବୀର ସିଂହ କେଉଁଠି ଅଛନ୍ତି ନ ଜଣାଇବା ପର୍ଯ୍ୟନ୍ତ ତାଙ୍କ ଆବେଦନର ଶୁଣାଣି କରାଯିବ ନାହିଁ। ସୋମବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ, ତାଙ୍କ ମହକିଲ ପଳାତକ ନୁହନ୍ତି। ସେ ଭାରତରେ ଅଛନ୍ତି। ଯୁକ୍ତି ଉପସ୍ଥାପନ କରି ସେ କହିଥିଲେ, ତାଙ୍କୁ ଗିରଫଦାରିରୁ ସୁରକ୍ଷା ମିଳିଲେ ଯାଇ ସେ ଆତ୍ମପ୍ରକାଶ କରିବେ। ମୁମ୍ବାଇ ପୁଲିସଙ୍କ ଠାରୁ ପରମବୀର ଧମକ ପାଉଥିବା କଥା ଓକିଲ ଅଦାଲତଙ୍କୁ କହିଥିଲେ।
ମୁମ୍ବାଇ ପୁଲିସ କମିସନ୍ ପଦବୀର ବଦଳି ହେବା ପରେ ଅର୍ଥାତ୍ ମେ ମାସରୁ ସେ କାର୍ଯ୍ୟ କରୁ ନ ଥିଲେ। ପରେ ସେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ। ସେବେଠାରୁ ଦେଶମୁଖ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତରେ ଅଛନ୍ତି। କିନ୍ତୁ, ପରମବୀର କେଉଁଠି ଅଛନ୍ତି, ସେ ସମ୍ପର୍କରେ ଆମର ଧାରଣା ନାହିଁ।
Follow Us