ଚିହ୍ନିହେଉ ନ ଥିବା ଦୁର୍ଘଟଣା-ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରାଣୀ ପରେ ଜାଣିଲେ ସେ ତାଙ୍କ ଝିଅ

Advertisment
ଚିହ୍ନିହେଉ ନ ଥିବା ଦୁର୍ଘଟଣା-ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରାଣୀ ପରେ ଜାଣିଲେ ସେ ତାଙ୍କ ଝିଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଗୋଟାଏ କାର୍‌ ଦୁର୍ଘଟଣାସ୍ଥଳକୁ ଯାଇ କ୍ଷତିବିକ୍ଷତ ହୋଇ ଚିହ୍ନି ହେଉ ନ ଥିବା ଜଣେ ପୀଡ଼ିତାଙ୍କୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ‌ଚେଷ୍ଟା କରିଥିବା କାନଡୀୟ ଡାକ୍ତରାଣୀଜଣକ ଘରକୁ ଫେରି ଜାଣିଲେ ଯେ, ସେ ତାଙ୍କ ୧୭ ବର୍ଷୀୟ ଝିଅ।

ବ୍ରିଟିସ୍‌ ଦୈନିକ ‘ଦି ଗାର୍ଡିଆନ୍‌’ ରିପ‌ୋର୍ଟ ଅନୁସାରେ, ନଭେମ୍ବର ୧୫ ତାରିଖ ଦିନ ଆଲବର୍ଟା ରାଜପଥର ବରଫାଚ୍ଛାଦିତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡାକ୍ତରାଣୀ ଜେମି ଏରିକ୍‌ସନ୍‌ ଦେଖିଲେ ଜଣେ କିଶୋରୀ ମୃତପ୍ରାୟ ଆହତ ହୋଇଛନ୍ତି। କ୍ଷତବିକ୍ଷତ ହୋଇ ତା’ର ଅବସ୍ଥା ଏମିତି ହୋଇଯାଇଥିଲା ଯେ, ତାକୁ ଚିହ୍ନିବା ସମ୍ଭବପର ନ ଥିଲା। ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ଖାଇ ନଷ୍ଟ ହୋଇଯାଇଥିବା କାର୍‌ରୁ ଝିଅଟିକୁ ବାହାର କରିବା ଲାଗି ଏରିକ୍‌ସନ୍‌ଙ୍କୁ ପ୍ରାୟ ଅଧଘଣ୍ଟା କାମ କରିବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ ଏୟାର୍‌ ଆମ୍ବୁଲାନ୍‌ସ୍‌ ଯୋଗେ କାଲ୍‌ଗେରିରେ ଥିବା ନିକଟବର୍ତ୍ତୀ ଡାକ୍ତରଖାନାକୁ ନେବା ପର୍ଯ୍ୟନ୍ତ ସେ ଆହତ ଝିଅଟି ପାଖେ ପାଖେ ରହିଥିଲେ।

publive-image Image Courtesy of Stuff

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସେଦିନ ‘ସିଫ୍‌ଟ୍‌’ ଡିୟୁଟି ଶେଷ ହେବା ପରେ ଡାକ୍ତରାଣୀ ଏରିକ୍‌ସନ୍ ଘରେ ପହଞ୍ଚି ଦେଖିଲେ ସେଠାରେ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେମାନେ ଏରିକ୍‌ସନ୍‌ଙ୍କୁ କହିଲେ ଯେ, ଦୁର୍ଘଟଣାଗ୍ରସ୍ତ ପୀଡ଼ିତାଜଣକ ହେଉଛନ୍ତି ତାଙ୍କ (ଏରିକ୍ସନ୍‌) ୧୭ ବର୍ଷୀୟ ଝିଅ ମଣ୍ଟାନା। କିନ୍ତୁ, ତା’ର ମୃତ୍ୟୁ ହୋଇଯାଇଛି।

publive-image Image Courtesy of Stuff

ଏ କଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିବା ଏରିକ୍‌ସନ୍‌ କହିଛନ୍ତି, ମୁଁ ଚିକିତ୍ସା କରିଥିବା ‌ଗୁରୁତର ଆହତ ପୀଡ଼ିତା ଯେ, ମୋର ନିଜସ୍ବ ରକ୍ତମାଂସ ଥିଲା, ମୁଁ ଜାଣି ପାରିଲି ନାହିଁ। ମୋର ଏକମାତ୍ର ସନ୍ତାନ। ମୋର ଛୋଟିଆ ସ୍ବରୂପ। ମ‌ୋ ଝିଅ ମଣ୍ଟାନା। ଏ ଭଳି ଦୁଃସମୟରେ ତା’ ପାଖରେ ଥିବାରୁ ମୁଁ ଧନ୍ୟା ମନେକରୁଥିଲେ ବି ନିଃଶେଷ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe