ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଚେକପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ

ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଫ୍ରଣ୍ଟିୟର କୋର ( ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ)ର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।

pakistan

ପେଶାୱର: ପାକିସ୍ତାନରେ ଆତଙ୍କବାଦୀ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ଥରେ ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଫ୍ରଣ୍ଟିୟର କୋର ( ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ)ର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଛି।  ଫ୍ରଣ୍ଟିୟର କୋରର ଚେକ୍ ପୋଷ୍ଟଉପରେ ହୋଇଥିବା ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସୋମବାର ଏ ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଷିଦ୍ଧ ସଂଗଠନ ଲସ୍କର-ଇ-ଇସଲାମ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପୁଲିସ ସୂଚନା ଅନୁଯାୟୀ, ଆଫଗାନିସ୍ତାନ ସୀମାନ୍ତ ଖୈବର ଜିଲ୍ଲାର ତିରାହ ଉପତ୍ୟକାରେ ଥିବା ଏଫସି ଚେକ୍ ପୋଷ୍ଟରେ ରବିବାର ଏହି ଆକ୍ରମଣ ହୋଇଥିଲା। 

ଚିନ୍ତାର ବିଷୟ ହେଉିଛି ଖୈବର ପଖ୍ତୁନଖୱା ପ୍ରଦେଶରେ ଏପରି ଆତଙ୍କବାଦୀ ଆକ୍ରମଣ ବଢିଚାଲିଛି । ଗତ ଦୁଇଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୧୫ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ।

ଲସ୍କର-ଇ-ଇସଲାମ ହେଉଛି ପାକିସ୍ତାନର ଖାଇବର ଜିଲ୍ଲା ଏବଂ ଆଫଗାନିସ୍ତାନର ପଡ଼ୋଶୀ ନାଙ୍ଗରହାର ପ୍ରଦେଶରେ ସକ୍ରିୟ ଥିବା ଏକ ଦେଓବନ୍ଦୀ ଜିହାଦୀ ଆତଙ୍କବାଦୀ ସଂଗଠନ। ଚଳିତ ବର୍ଷ ଏପ୍ରିଲ ୨୫ ତାରିଖରେ ଲସ୍କର-ଇ-ଇସଲାମ ମୁଖ୍ୟ ହାଜି ଆକବର ଆଫ୍ରିଦିଙ୍କୁ ଖୈବର ଜିଲ୍ଲାର ବରା ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଥିଲେ। ଲସ୍କର-ଇ-ଇସଲାମ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା । ବିଭିନ୍ନ ସମ୍ପ୍ରଦାୟକୁ ଭୟଭୀତ ଓ ଭୟଭୀତ କରିବାର ଏହି ସଂଗଠନର ଇତିହାସ ରହିଛି।

ଚିନ୍ତାର ବିଷୟ ହେଉିଛି ଖୈବର ପଖ୍ତୁନଖୱା ପ୍ରଦେଶରେ ଏପରି ଆତଙ୍କବାଦୀ ଆକ୍ରମଣ ବଢିଚାଲିଛି । ଗତ ଦୁଇଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୧୫ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe