୧୦ମାସର ଯାଆଁଳା ସନ୍ତାନଙ୍କୁ ବଞ୍ଚାଇବା ପାଇଁ ହମାସ ଆତଙ୍କବାଦୀଙ୍କ ସହିତ ଲ‌ଢ଼େଇ କରି ଜୀବନ ହାରିଲେ ବାପା-ମା’

Advertisment
୧୦ମାସର ଯାଆଁଳା ସନ୍ତାନଙ୍କୁ ବଞ୍ଚାଇବା ପାଇଁ ହମାସ ଆତଙ୍କବାଦୀଙ୍କ ସହିତ ଲ‌ଢ଼େଇ କରି ଜୀବନ ହାରିଲେ ବାପା-ମା’

ଜେରୁଜେଲମ: ଗୁରୁବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା।

ସେହିପରି ହମାସ୍‌ ଆକ୍ରମଣ ପରେ ମୃତ ଇସ୍ରାଏଲୀ ନାଗରିକମାନଙ୍କର ଶବ  ଉଦ୍ଧାର କରୁଥିବା ସ୍ବେଚ୍ଛାସେବୀ ୟୋସି ଲାଣ୍ଡାଉ କହିଛନ୍ତି, ‘ଗାଜାଠାରୁ ପ୍ରାୟ ୧୨୦୦ କିଲୋମିଟର୍‌ ଦୂର ଜନବସତି ବିୟରିରେ ପହଞ୍ଚିବା ପରେ ପ୍ରଥମ ଘରେ ଆମେ ପ୍ରବେଶ କରିଥିଲୁ, ‌ସେଠାରେ ଜଣେ ମହିଳାଙ୍କ ପେଟ ଚିରାଯାଇଥିବାର ଲୋମଟାଙ୍କୁରା ଘଟଣା ଦେଖିବାକୁ ପାଇଥିଲୁ। କେବଳ ଏତିକି ନୁହେଁ ଉକ୍ତ ମହିଳାଙ୍କ ଗର୍ଭରେ ଥିବା ନାହି-ଲଗା ଛୁଆଟିକୁ ବି ଛୁରି ଭୁସି ହତ୍ୟା କରାଯାଇଥିବା ଆମେ ଜାଣିବାକୁ ପାଇଥିଲୁ।’

ଏମିତି ଆଉ ଏକ ଲୋମଟାଙ୍କୁର‌ା ଘଟଣା ସାମ୍ନାକୁ ଆସିଛି।  ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲର ଇଟାଇ ବର୍ଡିଚେଭସ୍କି ଏବଂ ହାଡର ବର୍ଡିଚେଭସ୍କି ସେମାନଙ୍କ ଯମଜ ପିଲାଙ୍କ ସହ ଘରେ ଥିଲେ। ଏହି ସମୟରେ ହମାସ ଆତଙ୍କବାଦୀମାନେ ତାଙ୍କ ଘରେ ପ୍ରବେଶ କରିଥିଲେ।

କେହି କିଛି ବୁଝିବା ପୂର୍ବରୁ ଆତଙ୍କବାଦୀମାନେ ସେମାନଙ୍କ ଘରେ ନିଆଁ ଲଗାଇ ଭଙ୍ଗାରୁଜା କରିଥିଲେ। ଏହାପରେ ଆତଙ୍କବାଦୀ ଇଟାଇ ବର୍ଡିଚେଭସ୍କି ଓ ହାଡର ବର୍ଡିଚେଭସ୍କିଙ୍କ ଯାଆଁଳା ସନ୍ତାନ ଶୋଇଥିବା ଘରକୁ ପ୍ରବେଶ କରିଥିଲେ। ଏହା ଦେଖି ଇଟାଇ ଓ ହାଡର ଆତଙ୍କବାଦୀଙ୍କୁ ସନ୍ତାନ ଶୋଇଥିବା ଘରକୁ ଯିବାକୁ ଅଟକାଇଥିଲେ।  ସନ୍ତାନର କିଛି କରନାହିଁ, ଆମ ଯାଆଁଳା ସନ୍ତାନଙ୍କ ଜୀବନ ନିଅ ନାହିଁ, ଛୁଆଙ୍କ ଜୀବନ ଭିକ୍ଷା କରୁଛୁ ବୋଲି ଆତଙ୍କବାଦୀଙ୍କୁ ଗୁହାରି ବି କରିଥିଲେ ବାପା ଓ ମା’। ଯାହାର ଦୃଶ୍ୟ ଘରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ଯାଆଁଳା ପିଲାଙ୍କୁ ବଞ୍ଚାଇବାକୁ ବାପା ଓ ମା’ ସଂଘର୍ଷ କରିଥିଲେ, କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଇଟାଇ ବର୍ଡିଚେଭସ୍କି ଓ ହାଡର ବର୍ଡିଚେଭସ୍କି । ଏହି ଘଟଣାର କିଛି ସମୟ ପରେ ଇସ୍ରାଏଲ ସୈନିକମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିବା ସହିତ ସେମାନଙ୍କ ଯମଜ ଶିଶୁଙ୍କୁ ସେମାନଙ୍କ ଜେଜେବାପାଙ୍କୁ ହସ୍ତାନ୍ତର କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe