ଗବେଷଣା ପାଇଁ ୧୦ ବର୍ଷ ଶିଶୁର ଶରୀର ଦାନ କଲେ ପିତାମାତା

Advertisment
ଗବେଷଣା ପାଇଁ ୧୦ ବର୍ଷ ଶିଶୁର ଶରୀର ଦାନ କଲେ ପିତାମାତା

Representation image

କୋଲକାତା: ରବିବାର ମୃତ୍ୟୁବରଣ କରିଥିବା ଜଣେ ୧୦ ବର୍ଷୀୟା ଝିଅର ପିତାମାତା ତାଙ୍କ ଶରୀରକୁ ଡାକ୍ତରୀ ଶିକ୍ଷା ପାଇଁ ଦାନ କରିଛନ୍ତି। ଆଜି ସକାଳେ ଶ୍ରୀତମା ମଣ୍ଡଳଙ୍କ ଶବକୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇପିଜିଏମ୍‌ଇଆର୍‌)ର ଆନାଟୋମି ବିଭାଗକୁ ଅଣାଯାଇଥିଲା। ହାୱଡ଼ା କଦମତାଲାର ଝିଅ ଶ୍ରୀତମା ମସ୍ତିଷ୍କ ଷ୍ଟେମ୍ ଗ୍ଲୋମା ରୋଗରେ ପୀଡିତ ଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପିତାମାତା ଝିଅର ଶରୀର ଦାନ କରିବାପାଇଁ ଗଣଦର୍ପଣକୁ ସାହାଯ୍ୟ ମାଗିଥିଲେ। ଶରୀର ଦାନ ପାଇଁ କାର୍ଯ୍ୟ କରୁଥିବା ତଥା ସଂଯୋଜନା କରୁଥିବା ଗଣଦର୍ପଣର ଶ୍ୟାମଳ ଚାଟାର୍ଜୀ କହିଛନ୍ତି, ଝିଅ ମୃତ୍ୟୁର ଦୁଃଖରେ ଭାଙ୍ଗି ପଡ଼ିଥି‌ବା ସତ୍ତ୍ବେ ସେମାନଙ୍କର ଏଭଳି ପଦକ୍ଷେପକୁ ଆମେ ସାଧୁବାଦ ଜଣାଉଛୁ। ଝିଅଟିର କରୋନିଆ ପ୍ରଭା ଚକ୍ଷୁ ବ୍ୟାଙ୍କକୁ ଦାନ କରାଯାଇଛି। ତାଙ୍କର ଶରୀର ଆଇପିଜିଏମ୍‌ଇଆର୍‌ରେ ଶିକ୍ଷାଲାଭ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖାଯାଇଛି। ପିଲାମାନଙ୍କ ଶରୀର ଦାନ ବିରଳ ଘଟଣା। ଏହା ପୂର୍ବରୁ ୧୯୯୮ ମସିହାରେ ଆସାନସୋଲର ଜଣେ ସାତ ବର୍ଷର ବାଳକର ଶରୀର ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜକୁ ଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe