ଗାଡ଼ିରଖି ଶୋଇପଡ଼ିଲେ ଦମ୍ପତି: ଜାତୀୟରାଜପଥ ପାର୍ଶ୍ବରେ ବୁଲିଲା ଶିଶୁ

ପ୍ରବଳ ଥଣ୍ଡାରେ ନିଆଁ ଜାଳି ବାପା ଓ ମା’ ଶୋଇପଡ଼ିଥିବା ବେଳେ ଗୁରୁଣ୍ଡିଗୁରୁଣ୍ଡି ଜାତୀୟରାଜପଥ ପାର୍ଶ୍ବରେ ବୁଲୁଥିବା ଶିଶୁକୁ ଉଦ୍ଧାର କଲା ପୁଲିସ। ଘଟଣାର ଭିଡିଓ ଭାଇରାଲ।

eyt6edtu

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ବୋଲି ଜଣାପଡ଼ିଛି। ଏଠାରେ ଏକ ଦମ୍ପତି ବାଇକ ଯୋଗେ ନିଜର ୯ମାସର ସନ୍ତାନକୁ ଧରି କୌଣସି ଏକ ସ୍ଥାନକୁ ଯାଉଥିଲେ।

ଅଧିକପଢ଼ନ୍ତୁ:ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଲାଗି ୩ଦିନ ସାରା ରାଜ୍ୟ ଉତ୍ସବ ମୁଖରିତ ହେବ

ଅତ୍ୟଧିକ ଥଣ୍ଡା ପଡ଼ିଥିବାରୁ ଦମ୍ପତି ରାସ୍ତାପାର୍ଶ୍ବରେ ବାଇକ ରଖି ନିଆଁ ଜଳାଇ ବସିଥିଲେ। କିଛି ସମୟ ବସି ରହିବା ପରେ ଦମ୍ପତିଙ୍କୁ ନିଦ ଲାଗିଥିଲା। ବାପା ଓ ମା’ ଉଭୟ ଥକି ପଡ଼ି ରାସ୍ତାପାର୍ଶ୍ବ‌ରେ ଶୋଇପଡ଼ିଥିଲେ। ଏହାପରେ ଉକ୍ତ ଦମ୍ପତିଙ୍କ ୯ମାସର ଶିଶୁ ଗୁରୁଣ୍ଡି ଗୁରୁଣ୍ଡି କାନ୍ଦିକାନ୍ଦି ଜାତୀୟ ରାଜପଥ ପାର୍ଶ୍ବରେ ବୁଲୁଥିଲା। 

ଶିଶୁକୁ ଏଭଳି ରାସ୍ତାରେ ବୁଲୁଥିବା ଦେଖି ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଗାଡ଼ି ଅଟକାଇ ଶିଶୁକୁ ଉଦ୍ଧାର କରି ପୁଲିସରେ ଖବର ଦେଇଥିଲେ।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଦମ୍ପତିଙ୍କୁ ଉଠାଇଥିଲା।

ନିଦରୁ ଉଠିବା ପରେ ଦମ୍ପତି ପୁଲିସକୁ କହିଥିଲେ, ‘କାମ ଚାପରେ ଦୁହେଁ ଖୁବ ଥକି ପଡ଼ିଥିଲେ। ଏଥିସହିତ ପ୍ରବଳ ଥଣ୍ଡା ହେଉଥିବାରୁ ଗାଡ଼ି ଚଲାଇ ହୋଇ ନଥିଲା। ତେଣୁ ସେମାନେ ନିଆଁ ଜାଳି ରାସ୍ତାପାର୍ଶ୍ବରେ ବସି ରହିଥିଲେ। ବସୁବସୁ ଦୁହିଁଙ୍କ ଆଖି କେତେବେଳେ ଯେ ଲାଗିଯାଇଥିଲା ସେମାନେ ଜାଣି ପାରି ନଥିଲେ। ଗଭୀର ନିଦ ହୋଇଯାଇଥିବାରୁ ପାଖରୁ ଛୁଆ ଗୁରୁଣ୍ଡିଗୁରୁଣ୍ଡି ଜାତୀୟ ରାଜପଥପାର୍ଶ୍ବ ଚାଲି ଯାଇଥିଲା ତାହା ଜାଣି ହୋଇ ନଥିଲା। 

ଅଧିକପଢ଼ନ୍ତୁ:ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଛୁଆକୁ ପୁଲିସ ଓ ସ୍ଥାନୀୟଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାରୁ ଦମ୍ପତି ଧନ୍ୟବାଦ ଜାଣି ଘଟଣାସ୍ଥଳରୁ ବାଇକ ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe