ଝାନ୍ସି ଅଗ୍ନିକାଣ୍ଡ: ଅନ୍ୟ ଶିଶୁଙ୍କୁ ବଞ୍ଚାଇବା ପାଇଁ ନିଜ ନବଜାତକୁ ଭୁଲିଗ‌ଲେ

ଶୁକ୍ରବାର ରାତିରେ ଝାନ୍ସିରେ ଥିବା ଡାକ୍ତରଖାନାରେ ନିଆଁ ଲାଗିବାରୁ ୧୦ଜଣ ନବଜାତଙ୍କ ମୃତ୍ୟୁ ହୋଇଛି। ଏହା ସହ ୧୬ଜଣ ଆହତ ହୋଇଛନ୍ତି। ଏମଧ୍ୟରେ ଜଣେ ଯୁବକ ଅନ୍ୟ ଶିଶୁଙ୍କୁ ବଞ୍ଚାଇବା ପାଇଁ ନିଜ ନବଜାତକୁ ଭୁଲିଯିବାରୁ ତାଙ୍କ ସନ୍ତାନର ଜୀବନ ବିପଦରେ ଥିବା ଜଣାଯାଇଛି।

jhansii

ଝାନ୍ସି: ନଭେମ୍ବର ୧୫ରାତିରେ ୟୁପିର ଝାନ୍ସିରେ ଥିବା ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଏନଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୧୦ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାର ଅବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ପିଲାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରବଳ ନିଆଁ ଯୋଗୁଁ ଭିତରକୁ ଯାଇପାରିନଥିଲେ। ପରେ ଉଦ୍ଧାରକାରୀ ଦଳ ୱାର୍ଡର ଝରକା ଭାଙ୍ଗି ଭିତରକୁ ଯାଇ ପିଲାମାନଙ୍କୁ ବାହାରକୁ ଆଣିଥିଲେ। ୩୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ମୋଟ ୫୪ପିଲାଙ୍କୁ ଭର୍ତ୍ତି କରାଯାଇଥିଲା।

ଏମଧ୍ୟରେ କୂଲଦୀପଙ୍କ କାହାଣୀ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମହୋବାରେ ରହୁଥିବା କୂଲଦୀପ ୧୦ଦିନ ତଳେ ପୁତ୍ର ସନ୍ତାନର ବାପା ହୋଇଥିଲେ। ଶୁକ୍ରବାର ରାତିରେ ସେ କିଛି ପରୀକ୍ଷା କରାଇବା ପାଇଁ ପୁଅ ଓ ପତ୍ନୀଙ୍କୁ ନେଇ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ ଆସିଥିଲେ। ପୁଅର ପରୀକ୍ଷା ଚାଲିଥିବା ବେଳେ ବାହାରେ ବସିଥିଲେ କୂଲଦୀପ ଓ ତାଙ୍କ ପତ୍ନୀ। ଏହି ସମୟରେ ନିଆଁ ଲାଗିବାର ଖବର ପାଇ ସେ ତୁରନ୍ତ ଏନଆଇସିୟୁ ଭିତରକୁ ଯାଇଥିଲେ ଏବଂ ୩ଜଣ ଶିଶୁଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ। ଏମଧ୍ୟରେ ତାଙ୍କ ହାତରେ ନିଆଁ ଲାଗିଯାଇଥିଲା, ଯେଉଁଥିପାଇଁ ସେ ବାହାରକୁ ଚାଲି ଆସିଥିଲେ। ୩ଜଣକୁ ବଞ୍ଚାଇଥିଲେ ବି ନିଜ ଶିଶୁକୁ ଭୁଲିଯିବାରୁ ଏବେ ଚିନ୍ତାରେ କୁଲଦୀପ। ପୁଅର ଅବସ୍ଥ‌ା କିଭଳି ଅଛି? ସେ ଜୀବିତ ନା ମୃତ? ତାହା ମଧ୍ୟ କୂଲଦୀପ ଜାଣିନଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe