ଚାଳିଆରେ ରହୁଛନ୍ତି ଆଇପିଏସ୍‌ ଅଫିସର୍‌ଙ୍କ ବାପା ମା’

Advertisment
ଚାଳିଆରେ ରହୁଛନ୍ତି ଆଇପିଏସ୍‌ ଅଫିସର୍‌ଙ୍କ ବାପା ମା’

ବେଲଗଭି: କର୍ଣ୍ଣାଟକରେ ଜଣେ ଆଇପିଏସ୍‌ ଅଫିସରଙ୍କ ବାପା ମା’ ଚାଳଘରେ ରହୁଛନ୍ତି। ଏହାର କାରଣ ଦାରିଦ୍ର୍ୟ ନୁହେଁ। ବରଂ ଯେଉଁ ଦାରିଦ୍ର୍ୟ ତାଙ୍କ ପୁଅକୁ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଉତ୍ସାହ ଏବଂ ସାହସ ଦେଇଥିଲା ସେହି ଦାରିଦ୍ର୍ୟ ଏବଂ ଜୀବନଶୈଳୀକୁ ସେମାନେ ଛାଡ଼ିବାକୁ ଚାହିନାହାନ୍ତି। କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଜଗଦୀଶ ଆଦାହଲ୍ଲି ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶ କ୍ୟାଡର ଆଇପିଏସ୍‌ ଅଫିସର୍‌। ଜଗଦୀଶ ଆଇପିଏସ୍‌ ଅଫିସର ହୋଇଥିଲେ ସୁଦ୍ଧା ତାଙ୍କ ବାପା ଶ୍ରୀକାନ୍ତ (୬୩)ଏବଂ ମା’ ସାବିତ୍ରୀ (୫୩) ଏବେ ଆଜବେଷ୍ଟସ୍‌ ଚାଳି ଘରେ ରହୁଛନ୍ତି। ସାବିତ୍ରୀ ଏବଂ ଶ୍ରୀକାନ୍ତ କହିଛନ୍ତି, ତାଙ୍କର ଛୋଟିଆ ଘର ପରିବାର ପାଇଁ ଏକ ଆଶାର ପ୍ରତୀକ। ଜୀବନରେ ଆମେ ଅନେକ ସଂଘର୍ଷ ସାମ୍ନା କରିଛୁ। କିନ୍ତୁ ଦାରିଦ୍ର୍ୟ ଆମକୁ ଶକ୍ତ କରିଛି। ତେଣୁ ରୋଜଗାର ବଢ଼ିଗଲା ବୋଲି ଆମେ ଆମ ଜୀବନଶୈଳୀକୁ କେମିତି ବଦଳାଇ ଦେଇପାରିବୁ। ଶ୍ରୀକାନ୍ତ କହିଛନ୍ତି, ଯେପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଠିକ୍‌ ଥିବ ସେପର୍ଯ୍ୟନ୍ତ ମୁଁ ଡ୍ରାଇଭର କାମ କରିଛି ଏବଂ ମୋର ୨ ଏକର ଜମିର ଦେଖାଶୁଣା କରିବି।

ଜଗଦୀଶଙ୍କ ବାପା ଚିନି କମ୍ପାନି ପାଇଁ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କ ୪ ପିଲାଙ୍କ ପାଠପଢ଼ା ପାଇଁ ସେ ଅନେକ କରଜ କରିଛନ୍ତି। ଶ୍ରୀକାନ୍ତ କହିଛନ୍ତି, ୨୦୧୩ରେ ସେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଗାଡ଼ିରେ ନେଇ ଯାଉଥିଲେ। ତାଙ୍କଠାରୁ ସେ ପ୍ରଥମେ ୟୁପିଏସ୍‌ସି ପରୀକ୍ଷା ସଂକ୍ରାନ୍ତରେ ଶୁଣିଥିଲେ। ଏହାପରେ ସେ ପୁଅ ଜଗଦୀଶଙ୍କୁ ଏହି ପରୀକ୍ଷା ପାଇଁ ପଢ଼ିବାକୁ କହିଥିଲେ। ଋଣ କରି ଶ୍ରୀକାନ୍ତ ତାଙ୍କ ପୁଅ ଜଗଦୀଶକୁ ପଢ଼ିବାପାଇଁ ଦିଲ୍ଲୀ ପଠାଇଥିଲେ। ଆଜି ସେ ତାଙ୍କ ସ୍ବପ୍ନ ସାକାର କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe