ଭାରତରେ ପହଞ୍ଚିଲା ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ରଙ୍କ ଶବ; ଡାକ୍ତରୀ ଗବେଷଣା ପାଇଁ ପୁଅର ଶବ ଦାନ କରିବେ ପିତାମାତା

Advertisment
ଭାରତରେ ପହଞ୍ଚିଲା ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ରଙ୍କ ଶବ; ଡାକ୍ତରୀ ଗବେଷଣା ପାଇଁ ପୁଅର ଶବ ଦାନ କରିବେ ପିତାମାତା

Image Courtesy of NDTV

ବେଙ୍ଗାଲୁର୍: ବୋମା ମାଡ଼ ଯୋଗୁଁ ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗ‌ୌଡ଼ାରଙ୍କ ଶବ ଆଜି ଭାରତକୁ ଅଣାଯାଇ କର୍ଣ୍ଣାଟକର ହାବେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ଚଲାଗେରେରେ ପହଞ୍ଚାଯାଇଛି।

ବ୍ୟାପକ ପୁଲିସ ଉପସ୍ଥିତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ସେ ଗାଆଁକୁ ଯାଇଛନ୍ତି। ଆଜି ସକାଳେ ବେଙ୍ଗାଲୁରୁ ବିମାନ ବନ୍ଦରରେ ନବୀନଙ୍କ ଶବ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ସେଠାକୁ ଯାଇ ଶବାଧାରରେ ପୁଷ୍ପମାଲ୍ୟ ରଖି ସମ୍ମାନ ପ୍ରଦର୍ଶନ କରିଥିଲେ।

୨୧ ବର୍ଷିୟ ନବୀନ ଥିଲେ ‘ଖାର୍କିଭ୍‌ ନ୍ୟାସ୍‌ନାଲ୍‌ ମେଡିକାଲ୍‌ ୟୁନିଭର୍ସିଟି’ର ଛାତ୍ର। ମାର୍ଚ ୧ ତାରିଖ ଦିନ ଖାଦ୍ୟ ପାଇଁ ଧାଡ଼ିବାନ୍ଧି ଠିଆ ‌ହୋଇଥିବା ବେଳେ ରୁଷୀୟ ବୋମା ବର୍ଷଣରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି।

publive-image Image Courtesy of The Wall.fyi

ନବୀନଙ୍କ ସର୍ବସାଧାରଣଙ୍କ ଦର୍ଶନାର୍ଥେ ରଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ଆସି ଶେଷ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ଦିନ ପ୍ରାୟ ୧ ବେଳେ ତାଙ୍କ ଶବକୁ ଗ୍ରାମ ପରିକ୍ରମାରେ ନିଆଯିବ। ଦିନ ପ୍ରାୟ ୪ଟା ବେଳେ କର୍ଣ୍ଣାଟକର ଦବନଗରେ ଜିଲ୍ଲାରେ ଥିବା ‘ଏସ୍‌ଏସ୍‌ ମେଡିକାଲ୍‌ କଲେଜ୍‌’କୁ ପୁଅର ଶବ ଦାନ କରିବା ଲାଗି ତାଙ୍କ ପିତାମାତା ସ୍ଥିର କରିଛନ୍ତି। ଏ ବିଷୟରେ ପୂର୍ବରୁ ତାଙ୍କ ବାପା କହି ସାରିଥିଲେ।

ମୁଖ୍ୟମନ୍ତ୍ରୀ ଯାଇଥିବାରୁ ନବୀନଙ୍କ ବାସଭବନ ବାହାରେ ସମୁଦାୟ ୨୦୮ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

କେଉଁ ପରିସ୍ଥିତିରେ ନବୀନଙ୍କ ମୃତ୍ୟୁ ଘଟିଲା ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା କଥା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା ଦାବି କରିବା ପରେ ସେ ସଂକ୍ରାନ୍ତରେ ତଦନ୍ତ କରିବ ବୋଲି ରୁଷ୍‌ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe