୨୩କୁ ଘୁଞ୍ଚିଲା ପରୀ ହତ୍ୟା ଘଟଣାର ଶୁଣାଣି

Advertisment
ରିଅଲ୍‌ ଇଷ୍ଟେଟ୍‌ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌, ‘ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି’ର ପ୍ରସ୍ତୁତ କରିବାକୁ କହିଲେ

Image Courtesy of India TV News

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଆବେଦନର ଶୁଣାଣି ଜୁଲାଇ ୨୩ ତାରିଖକୁ ଘୁଞ୍ଚିଛି। ଆଜି ଏହି ମାମଲାର ଶୁଣାଣି ବିଚାରପତି ଏଏମ୍‌ ଖାନୱିଲକର ଓ ବିଚରାପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ଧାର୍ଯ୍ୟ ହୋଇଥିଲା। ମାମଲାଟି ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ତାଲିକାର ଶେଷରେ ରହିଥିବା ତଥା ଅନ୍ୟ କୌଣସି କାରଣବଶତଃ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ।

ଅପରପକ୍ଷେ, ଆବେଦନକାରୀ (ପରୀର ମା’)ଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ପରୀ ହତ୍ୟାକାଣ୍ଡ ସମ୍ବନ୍ଧିତ ହାଇକୋର୍ଟଙ୍କ ଦୁଇଟି ରାୟର ନକଲ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିଲେ। ଗତକାଲି ସୁପ୍ରିମକୋର୍ଟ ପରୀ ହତ୍ୟା ଘଟଣାରେ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଦୁଇଟି ରାୟ ଦେଇଥିବା ସଂପର୍କରେ ଆବେଦନକାରୀଙ୍କ ଓକିଲଙ୍କ ପାଖରୁ ଶୁଣାଣି ସମୟରେ ଅବଗତ ହେବା ପରେ ଦୁଇଟି ରାୟର ରେକର୍ଡକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe