ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣି: ଏସ୍‌ଏଲ୍‌ପି ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି

Advertisment
୧୯୧ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

Telegraph India

ନୂଆଦିଲ୍ଲୀ : ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷିୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଦୁଇଟି ରାୟର ରେକର୍ଡ ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରାଯିବା ପରେ ଆଜି ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଆବେଦନକାରୀଙ୍କ ଓକିଲ ମହେଶ ଜେଠମାଲିନୀଙ୍କୁ ଖଣ୍ଡପୀଠ ଏହି ମାମଲାରେ ସେ କାହିଁକି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଜେଠମାଲିନୀ କହିଥିଲେ, ଶିଶୁ କନ୍ୟାଙ୍କ ପିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ଆଦେଶ କ’ଣ ରହିଛି ସେ ନେଇ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏହାପରେ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ଶ୍ରୀ ଜେଠମାଲିନୀଙ୍କୁ କାହିଁକି ସେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ମାମଲାରେ ପକ୍ଷମାନେ ଭିନ୍ନ ରହିଛନ୍ତି, ଗୋଟିଏ ପିଟିସନ୍‌ ସ୍ତ୍ରୀଙ୍କ ଦ୍ବାରା ଦାଖଲ କରାଯାଇଛି ଓ ଅନ୍ୟ ଗୋଟିଏ ପିଟିସନ୍‌ ସ୍ବାମୀଙ୍କ ଦ୍ବାରା ଦାଖଲ କରାଯାଇଛି। ଏଠାରେ ପୂର୍ବନ୍ୟାୟ (ରେସ୍‌ ଜୁଡିକ୍ଟା) ପ୍ରସଙ୍ଗ ଉଠୁଛି ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ। ଆବେଦନକାରୀଙ୍କ ଓକିଲ ଶ୍ରୀ ଜେଠମାଲିନୀ ଏହି ମାମଲାରେ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଦାଖଲ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଖଣ୍ଡପୀଠ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ସପ୍ତାହକ ମଧ୍ୟରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରି ଏସ୍‌ଏଲ୍‌ପି ଦାଖଲ କରିବା ପାଇଁ ଆବେଦନକାରୀଙ୍କ ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ରେ ହେବ ବୋଲି ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe